ବୁଲି ଆସିଥିଲି ହାଇଦ୍ରାବାଦ( ଭାଗବତ ସାହୁ)

 

             


    ବୁଲି ଆସିଥିଲି ହାଇଦ୍ରାବାଦ 

===========≠≠---=====

ବୁଲି ଆସିଥିଲି ହାଇଦ୍ରାବାଦ 

ସଙ୍ଗେ ଧରି ମୋର ବନ୍ଧୁ ବାନ୍ଧବ 

ପୁଅ ବୋହୁ ନାତି ନାତୁଣୀ ସାଙ୍ଗ 

ତୀର୍ଥ କରି ହେଲୁ ମହା ଆନନ୍ଦ !!

ପ୍ରଥମେ ଭେଟିଲୁ ରାମ ଲାଲାଙ୍କୁ 

ଅଯୋଧ୍ୟା ମାଟିରେ ପକେଇ ପାଦ 

ପାର୍ଶ୍ଵ ଦେବା ଦେବୀ କରି ଦର୍ଶନ 

ଫେରି ତ ଆସିଲୁ ହାଇଦ୍ରାବାଦ !!

ଶନି ସିଙ୍ଗାପୁର ଯାଇ ସକାଳୁ 

ଆଖିରେ ଦେଖିଲୁ ସେ ଶନି ଦେବ

ସେଠୁ ଫେରି ଗଲୁ ଶିରିଡି ସାଇ 

ଦେଖିଲୁ ସଭିଁଏ ଶିରିଡି ଦେବ !!

ପରେ ପରେ ଗଲୁ ମୁକ୍ତି ର ଧାମ 

ଦେଖିଲୁ ସେଠାରେ ଅନେକ ଦେବ

ତ୍ରୟ ମ୍ବକ ଶ୍ୱର ସେ ମହାଦେବ 

ଦର୍ଶନ କରିଲୁ ସେଠି ତ୍ରିଦେବ!!

ପରେ ଗଲୁ ବୁଲି ଗୋବିନ୍ଦ ଧାମ 

ନୟନେ ଦେଖିଲୁ ପ୍ରଭୂ ଗୋବିନ୍ଦ 

ଚିଡ଼ିଆ ଖାନା କୁ ଦେଖିଲୁ ବୁଲି 

ଯେଉଁଠି ଅଛନ୍ତି ଅନେକ ଜୀବ!!

ହୋସେନ ସାଗର କଲୁ ଭ୍ରମଣ 

ଉଭା ଜହିଁ ଛନ୍ତି ଶାନ୍ତିର ବୁଦ୍ଧ 

ବିର୍ଲା ମନ୍ଦିର ରେ ପ୍ରଭୂ ବାଲାଜୀ 

ଦେଖିଣ ହୋଇଲୁ ସବୁ ଆନନ୍ଦ !!

ଜଗନ୍ନାଥ ଧାମ ଗଲୁ ତ ବୁଲି 

ଦେଖିଲି ସଭିଁଏ ଜଗତ ନାଥ 

ପ୍ରସାଦ ପାଇଲୁ ଫଟୋ ଉଠେଲୁ 

ଫେରିଲୁ ସମସ୍ତେ ହୋଇ ଆନନ୍ଦ !!

ରେଳ ପରେ ବସି ଘର କୁ ଫେରିଲୁ 

ସଭିଙ୍କ ମନରେ ଥିଲା ବିଷାଦ 

ସବୁ ଭାବୁଥିଲୁ ପୁଣି ଜୀବନରେ

କେବେ ତ ଆସିବ ଏହି ସୌଭାଗ୍ୟ !!

==-=≠==============

ଭାଗବତ ସାହୁ, ଆଶୁ କବି, ନାଟ୍ୟକାର 

ମା ବୀଣାପାଣି ସାହିତ୍ୟ କୁଟୀର 

ଦୋଳପ ଦୀ, ବନ୍ତ, ଭଦ୍ରକ 

ମୋ=9437713276

Post a Comment

0 Comments