।।।ଦଗ୍ଧ ହୃଦୟ।।।
ଦଗ୍ଧ ହୃଦୟେ ସଖୀ
ରୋମନ୍ଥନ କରେ ଅତୀତ ସ୍ମୃତିକୁ,
ଅଶ୍ରୁ ଜଳରେ ମାଖି ।।(୧)।।
ନାହିଁ ସେହି ପଦ୍ମ-ବନ
ଉଜୁଡା ଉଜୁଡା ଲାଗୁଛି ହୃଦୟ,
ମୋ'ମନର ଉପବନ। (୨)।।
ବିରହ ନିଆଁରେ ଯେବେ
ଛଟ ପଟ ହୁଏ ସିକ୍ତ ମନଟା,
ଖୋଜୁଛି ପ୍ରଣୟ ତେବେ।। (୩)।।
ତୁମେ ଆଜି କେତେ ଦୂରେ
ସରଗର ତାରା ହୋଇଗଲ ତୁମେ,
ଦେଖିକି ପାରୁନା ଥରେ?। (୪)।।
ସବୁଜ ଗାଲିଚା ଏବେ
ନାହିଁ ସବୁଜିମା ଧୂସରିଆ ଦିଶେ,
ତୁମ ବିରହରେ ଯେବେ। (୫)।।
ନିଦାଘର ଝାଞ୍ଜି ପିଟେ
ନୀରସ ଲାଗୁଛି ଜୀବନ ମୋହର,
ନିଃସଙ୍ଗତା ଚାରିପଟେ।(୬)।।
ହିମର ପ୍ରଚଣ୍ଡ ଜାଡ
ଅଳସ-ବିଳାସ ରାତିଟା ଏବେତ,
ମୋପାଇଁ ହୋଇଛି କାଳ।(୭)।।
**** ଚିତ୍ରା ରାଣୀ ପାତ୍ର।****
****ବାଲେଶ୍ୱର।****




0 Comments