।। ନିରବ।।
ନିରବ ଆଖିତା କେତେ କଥା କୁହେ
ଲୁହ ସବୁ ପିଏ ଓଠ,
ଜାଣିବାକୁ କେବେ ଦିଏନା କଥାରେ
ନିରବ ନିସ୍ପନ୍ଦ ସେତ।।
ନିରବତା ଏକ ଶ୍ରେଷ୍ଠ ଅସ୍ତ୍ର ଅଟେ
ମାନବ ଜୀବନପାଇଁ,
କେତେ ସମସ୍ୟାର ସମାଧାନ ହୁଏ
ଏଇ ନିରବତା ପାଇଁ।।
ପାଟି ଖୋଲିଦେଲେ ଝଡ ସୃଷ୍ଟି ହୁଏ
ନିରବେ ରହିବା ଭଲ,
ଭଲ ଉପଦେଶ ମନ୍ଦ ହୋଇଯାଏ
ନିରବତା ତାଠୁଁ ଭଲ।।
ସମସ୍ତେ ନିଜକୁ ଭାବିଥାନ୍ତି ଶ୍ରେଷ୍ଠ
ଏଇତ ଭାବିବା ଭୁଲ,
ସବୁ ନିରବତା ସଠିକ ନୁହଁଇ
ବେଳ ଦେଖି କଥା ଖୋଲ।।
ନିରବ ଭାଷାଟି କହିଦିଏ କେତେ
ମନ ଗହନର କଥା,
ନିରବ ପଣରେ ଅଜାଡି ଦିଏସେ
ଛାତି ତଳେ ଥିବା ବ୍ୟଥା।।
ସବୁକଥା ଯଦି ନିରବେ ଘଟନ୍ତା
ନଥାନ୍ତା କିଛି କନ୍ଦଳ,
ନିବୁଜ କୋଠରୀ ଭିତରେ ଥାଇମୁଁ
ନିରବରେ ଦେଖେ ଖେଳ।।
।। ଚିତ୍ରା ରାଣୀ ପାତ୍ର।।
।।ବାଲେଶ୍ଵର।।




0 Comments