ଉବୁଟୁବୁ ମୋର ଭେଳା
---------------------------
ଏତେ ବଡ ବଡ ଚକ୍ଷୁ ଥାଉ ଥାଉ ପ୍ରଭୁ
ଦେଖୁନ କି ଚକାଡୋଳା,
ଦୁଃଖର ସାଗରେ ଉବୁ ଟୁବୁ ହୋଇ
ଭାସି ଯାଉଛି ମୋ ଭେଳା ।।
ମହାବାହୁ ହେ।।୧।(ଘୋଷା)
ତୁମେତ ମୋହର ସର୍ବସ୍ବ ହେ ପ୍ରଭୁ
କାହାକୁ ଡାକିବି ଆଉ
ଵାପା ମାଆ ବୋଲି ଡାକ ପକାଉଛି
ସେ ଆଉ ଶୁଣିବେ କାହୁଁ ?ମହାବାହୁ ହେ।।୨।
ତୁମେ ଏକା ମୋର ପିତା ମାତା ବନ୍ଧୁ
ଆତ୍ମୀୟ ସ୍ୱଜନ ପରା,
ତୁମେ ନ ରଖିଲେ ଆଉ କେ ରଖିବ
ତୁମେ ହିଁ ଏକା ସାହାରା ,ମହାବାହୁ ହେ।।୩
ନାହିଁ ବୁଦ୍ଧି ଜ୍ଞାନ ହେଲିଣି ଅଜ୍ଞାନ
ଯାହା ଇଚ୍ଛା ତାହା କର,
ମାନସ ପଟଳେ ରାମକୃଷ୍ଣ ନାମ
ରହିଥାଉ ନିରନ୍ତର,ମହାବାହୁ ହେ।।୪।
ବନ୍ଦୁଛି ଚରଣ ହେ ଚକାନୟନ
ଦୁଃଖ ହାରୀ ଚକାଡୋଳା
ଗଜ ଉଦ୍ଧାରଣ ମୃଗୁଣୀ ତାରଣ
ତଉଳ ଧରି ତୋ ତୂଳା, ମହାବାହୁ ହେ।।୫।
ପଶିଲି ଶରଣ ଆରତ ତାରଣ
ଭକ୍ତ ବନ୍ଧୁ ଚକାଡୋଳା,
ଯାହା ଇଚ୍ଛା କର କରୁଣା ସାଗର
ଉବୁ ଟୁବୁ ମୋର ଭେଳା,ମହାବାହୁ ହେ।।୬।
*****
ଶ୍ରୀ ହରିହର ମେହେର
ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ
ବାଉଁଶୁଣୀ,ବୌଦ୍ଧ
ମୋବାଇଲ୍ ନମ୍ବର୍ :୯୭୭୭୮୯୯୮୧୫




0 Comments