ମଗୁଶୁର ମାସ ହେଲେ ଗୁରୁବାର ଦିନ।
ଓଡ଼ିଆ ଜାତିର ଘରେ ଘରେ ତୋ ପୂଜନ।।
ଓଡ଼ିଆ ଦାଣ୍ଡ ଦୁଆର ପଡ଼େ ନାହିଁ ଶୂନ୍ୟ।
ଗୁରୁବାରେ ଝୋଟି ଚିତା ଦାଣ୍ଡ ପରିପୂର୍ଣ୍ଣ।।
ଲକ୍ଷ୍ମୀ ବ୍ରତେ କୂଳବଧୁ ଦେଇଥାଏ ମନ।
ରୀତି ନୀତି ଯଥା ବିଧି ତୋ ପାଦ ପୂଜନ।।
ଓଡ଼ିଆ ସଭ୍ୟତା ସଂସ୍କୃତି ର ଏହି ପର୍ବ।
ଓଡ଼ିଆ ମାଟି ର ପର୍ବ ଓଡ଼ିଶା ର ଗର୍ବ।।
ଗୋମୟ ଜଳରେ ଦାଣ୍ଡ ଦୁଆର ଲେପନ।
ଲକ୍ଷ୍ମୀ ପାଦ ପଦ୍ମ ଚିତା ହୁଅଇ ଅଙ୍କନ।।
ବ୍ରହ୍ମ ମୁହୂର୍ତ୍ତ ରୁ କୂଳବଧୁ କରେ ସ୍ନାନ।
ହୋଇ ଶୁଚିମନ୍ତ ଶ୍ୱେତ ବସ୍ତ୍ର ପରିଧାନ।।
ଯଥା ରୀତି ନୀତି ବିଧି ବ୍ରତ ଆୟୋଜନ।
ଗୃହଲକ୍ଷ୍ମୀ କରେ ଲକ୍ଷ୍ମୀ ବ୍ରତ ର ପାଳନ।।
ପରିଷ୍କାର ପରିଚ୍ଛନ୍ନ କୋଣ ଅନୁକୋଣ।
ମାତା ଲକ୍ଷ୍ମୀ ବିରାଜିତ ହୃଦୟ ଆସନ।।
ମାତାଙ୍କ ପୟରେ ଭକ୍ତି କୁସୁମ ଅର୍ପଣ।
ଶ୍ରଦ୍ଧାଶ୍ରୁ ରେ ମାତାଙ୍କର ପଦ ପ୍ରକ୍ଷାଳନ।।
ସଭିଙ୍କ ଶୁଭ ମନାସି ଆଶୀର୍ବାଦ ଭିକ୍ଷା।
ଏହା ଓଡ଼ିଆ ଘର ର ସଂସ୍କାର ଓ ଶିକ୍ଷା।।
91 79748 00983: ପ୍ରଣତି ସାହୁ , ପ୍ରଫେସର୍ କଲୋନୀ , ରାୟପୁର




0 Comments