ମୁନୁଷ କହୁଛେ କଲମକେ ତୁଇ ଆର୍ ମୁଇ ଏକା
ତୁଇ ନାଇ ଜାନି କି ମୁଇ ନାଇ ଜାନି
କାହାର ଭାଗ୍ୟେ କାଣା ଅଛେ ଲେଖା
କେନ୍ ମୁନୁଷ୍ ର ଭାଗ୍ୟେ ଥିସି
ଖାଲି ସୁଖ୍ ହିଁ ସୁଖ୍
କେନ୍ ମୁନୁଷର ଭାଗ୍ୟେ ଲେଖା ହେଇଥିସି
ଖାଲି ଦୁଖଃ ହିଁ ଦୁଖଃ
କେନ୍ କଲମ୍ ଥି ଲେଖା ହେସି
ଜନମ ର୍ ଉସତ୍ କଥା
କେନ୍ କଲମ୍ ଥି ଲେଖାହେସି
ମରନ୍ ର କେତେ ବ୍ୟଥା
କେନ୍ କଲମ୍ ଥି ଲେଖି ସାରି କରି
ଛାତି ଉଷତ୍ ରେ ଜାଏସି ଫୁଲି
ଆର୍ କେନ୍ କଲମ୍ ଥି ଲେଖି ସାରି କରି
କାନ୍ଦି କାନ୍ଦି ଆଖି ଜାଏ ସି ଫୁଲି
କେନ୍ କଲମ୍ ଥି ଲେଖାହେସି
କାର୍ ବିରତା ର୍ କାହାନୀ
କେନ୍ କଲମ୍ ଥି ଲେଖାହେସି
କାର୍ ଅତ୍ୟାଚାର୍ ର କଥାନୀ
ସାଧା ଗୁଟେ କଲମ୍ ଲେଖେ
ମୁନୁଷ୍ ଜୀବନ୍
କାହାକେ ଥିସୀ କାଣା ଜଣା
କାହାର ଭାଗ୍ୟ ଖେଲ୍ ଖେଲ୍ ବା
କେତେବେଳେ ଯେ କାଣା?
ଅରୁଣା ମିଶ୍ର
ଓଡ଼ିଆ ଅଧ୍ୟାପିକା




0 Comments