(" ଝି ବୋଝ ନାଇସେ")
ଝି ଟେ ଜନମ୍ ହେଲା କାନ୍ଦିର ଡି କରି
ସଭେ ଭାବୁ ଥିଲେ ଇ କାଏଁଟା ଦେବା କରି
ସେ ଝି ଆଜି ବଡ୍ ହେଇ କରି ସାଜିଛେ
ମାଁ ବୁଆ ର୍ ଅନ୍ଧାର ର୍ ଡିବିରି
ବୁଆ ଯେତେବେଲେ କବାର୍ କମ୍ କରି କରି ଆଏସି
ଝି ମାଁ ଲେଖେ ଝାଲ୍ ପୁଛି ଭାତ୍ ବାଢି ଦେସି
ମାଁ ମାନେ ପଛେ ନାଇ ଆଏସନ୍
ବୁଆ ଅସୁନ୍ ନୁ ଝି ମାନେ ଆଘେ| ଦଉଡି ଆଏସନ୍
ସେମାନ୍ କର୍ ଘରେ ଝି ଥିସନ୍
ଯେନ୍ ମାନେ ଲକ୍ଷେ ପୁଇନ୍ କରି ଥିସନ୍
ଝି ଘରେ ଥିଲେ ଘର୍ ହସୁ ଥିସି
ତଥାପି ସବୁ ବେଲେ ଝି ନ଼ ଦୋଷ୍ ପାଉ ଥିସି
ଲୋକ୍ କହେସନ୍ ଭଲ୍ ଲୁକ ର୍ ଘରେ ପୁ ଓ ଜନମ୍ ହେସି
ହେଲେ ସେ ପିଲା ବଡ୍ ହେଇ କରି ନାଇଁ ଜତନ୍ କଲେ
ଝି ନ ଆନି କରି ସେବା ଜତନ୍ କରସି
ଗୁଟେ ଝି ଆମର୍ ମା ହେସି ବହେନ୍ ହେସି ମାହେଜି ହେସି
ତଥାବି ଝି ଜନମ୍ ହେଲେ ଲୁକ୍ କୁ ରଚ୍ କର୍ ସି
ଗୁଟେ ଝି ହେଇଛେ କେତେବେଲେ ରାଷ୍ଟ୍ରପତି
କେତେ ବେଲେ ହେଇଛେ ସେ ମୁଖ୍ୟମନ୍ତ୍ରୀ
କେତେବେଲେ ଫେରି ସେ ପ୍ରଧାନମନ୍ତ୍ରୀ
କେତେବେଲେ ମହାକାଶଚାରୀ ହେଇ କରି
ଆକାଶେ ଗଲା ଚଢି
ଏତେ କରି କରି ବି ଝି କେ ମାଁ ବୁଆ ର୍ ମୁହେଁ ନିଆଁ ଦେବାର୍ ମୌକା ନାଇଁ ମିଲ୍ସି
ଅରୁଣା ମିଶ୍ର
ଓଡ଼ିଆ ଅଧ୍ୟାପିକା
ବିକାଶ୍ କଲେଜ୍ ବଇରାସର୍




0 Comments