ନଂଗଲ୍ ଧରି ଜାହାର୍ ହାତେ
ଫୁଲା ପଡି ଯାଏ ସି
ରଫା ଧରି ଯାହାର୍ ଫଞ୍ଜରା ହାଡ୍
ଭାଙ୍ଗି ଯାଏ ସି
ସକାଲ୍ ପାଏଲେ ଲଙ୍ଗଲ୍ ଧରି
ଯିଏ ବାହାରି ଯାଏସି
ସେ ଆର୍ କିହେ ନୁହେ
ସେ ହଉଛେ ପରେ ଆମର୍ ଚାଷି
କାଏଁ ଖରା କାଏଁ କାକର୍ ଖେତେ ପଡିଥିସି
ଖାଇଦେ ସି ପଛେ ନୁନ୍ ମିର ଚା କେ ବାସି
ଲୁକର୍ ପେଟ୍ କେ ଭାତ୍ ମୁଠେ ସେ
ଯୁଗେଇ ଦେସି ହସି ହସି
ସେ ହଉଛେ ପରେ ଆମର୍ ଚାଷି
ଦୁଇ ବେଲା ଦୁଇ ମୁଠା ଖାଏବାର୍ ଲାଗି
ଗୁଟେ ଚାଷି ମାଏଟ୍ ସାଙ୍ଗେ ଜୁଆ ଖେଲ୍ସି
ଆର୍ ମର୍ଡି ପଡ୍ ଲେ ନିଜେ ନ ହାରି ଯାଏ ସି
ସେ ହଉଛେ ପରେ ଆମର୍ ଚାଷି
ମର୍ଡି ପଡ୍ ଲେ ଜୀବନ ହାର୍ ସି ଚାଷି
ନେତା ଗୁତା ମାନେ ଘରେ ସୁଇ ଥିସନ୍
ଲଗେଇ ଦେଇ କରି କୁଲର୍ ଏସି
ଆର୍ ନିଜର ସ୍ଵାର୍ଥ ର୍ ଲାଗି ବଲି
ନେତା ମାନ୍କର୍ ରାଜ୍ ନିତୀ କିଏ ଦେଖ୍ ସି
ଚାଷି ଭାବ୍ସି ନେତା ଲଢୁଛେ ଚାଷି ମାନକର୍ ଲାଗି
ଚାଷି ବିଚରା କାଏଁ ବୁଝୁଛେ ହୋ
ନେତା ତ ରାଜନିତୀ କର୍ ବାର୍ ଲାଗି
ଅଫିସ୍ ଅଫିସ୍ ଦଉ ଡିସି
ତଥାପି ନିଶ୍ଵାର୍ଥ ଭାବେ କାମ୍ କରି
ପେଟର୍ ଭୁକ୍ ଅଣ୍ଟେ ମାରି
ଚାଷି ହର୍ମିସା କବାରେ ଲାଗି ଥିସି
ସବୁ ସୁଖ୍ ଦୁଖ୍ ସହିଥିସି ଇ ଚାଷି
ଇଟା ହଉଛେ ପରେ ଆମର୍ ଚାଷି
***
ଅରୁଣା ମିଶ୍ର
ଓଡିଆ ଅଧ୍ୟାପିକା
ସୁବର୍ଣ୍ଣପୁର,ଖାରୀ




0 Comments