କୋଶଲ୍ ବୋଲି ରାଏଜ୍ ଟେ ଥିଲା ।
ସଂସ୍କୃତ୍ ନୁ ସେଟା ବାହାରି ଥିଲା
ଆର୍ ସଂସ୍କୃତ୍ ସାଙ୍ଗେ ଚଲି ଆସୁଥିଲା
ଇ ଭାଷା ବଢ଼େଟେ ଜାକର୍ ଇଲାକା ନ
ବେଭାର୍ ହଉଥିଲା
ଦେଖୁନ୍ ତ ଆମର୍ ଭାଷା ଟା
କେତ଼େ ଅଏନ୍ ଥିଲା
ଦେଶ୍ ସ୍ଵାଧିନ୍ ହେବାର୍ ଆଗରୁ କବିମାନେ
କବିତା ମାନେ ଲେଖ୍ ଲେ କରି କେଡେ ଜତନ୍
ସେ ଭିତ୍ ରୁ କେତେ ଜନ୍ କବି ହେଲେ
ଜତନ୍ ଲଖମନ୍ ଧନେଶର୍ ଚଇତନ୍
ଇନ୍ତା କରି ଦିନ୍ ବିତିତେଲ୍ ଗଲା
ବଲାଙ୍ଗିର୍ ନେ କୋଶଲ୍ ସମ୍ମି ଲନି ଟେ ଉଦୁକ୍ ହେଲା
ଇ ସମ୍ମି ଲନି ରେ ଲିଖିତ୍ ପଦ୍ୟ ର୍
ହଁ କାବାଦି ହେଇ ଥିଲା ଆର୍
ସେ ହଁ କାବାଦୀ ଥି ପରିକ୍ଷିତ୍ ଆଜ୍ଞା କର୍
"ମୋର୍ ଘର୍"ସୁନା ପଦକ୍ ଯିତି ଥିଲା
ତାର୍ ପରେ ଆରମ୍ଭ୍ ହେଇଗଲା
ଆମର୍ କୋଶ୍ ଲି ଭାଷା ଥି ଲେଖା
ଇନ୍ଦ୍ରମଣି ଆଜ୍ଞା କୋଶ୍ ଲି ଲେଖା କେ
ମୁଲ୍ କରି କିରି କରି ଦେଲେ ସମ୍ କୁ ଭେକା
ଇନ୍ତା ଇନ୍ତା କରି କେତେ ବଛର୍ ପରେ
ଆମର୍ ଦେଶ୍ ଟା ସ୍ୱାଧିନ୍ ହେଲା
ପହେଲା କରି କୋଶ୍ ଲି କବିତା
"ପଏର୍ ଛା ସତି" ଆସ୍ ଲା
ଆଗ୍ କେ ଫେର୍ ଦେଖନ କେନ୍ତା କେନ୍ତା ମଜା ହେଲା
କୋସ୍ ଲି ଭାଷା ରେ ସାହିତ୍ୟ ବନାବାର୍ ତହଁ କ୍
ଧିରେ ଧିରେ ବଢ଼ ତେଲ୍ ଗଲା
ଆମର୍ କୋଶ୍ ଲି ଏନ୍ତା ଭାଷା ଏକା
ଡ଼ାଲ୍ ଖାଇ ରସର୍ କେଲି ସୁନି କରି
ଦେଶେ ବିଦେଶେ ଲୋକ୍ ହେଇ ଯାଏ ସନ୍ ଭେକା
ହଲ୍ ଧର୍ ବଲି ଇନେ କବିଟେ ଅଛନ୍
ଦିନ୍ ଥିଲା ସେ ବିକୁଥିଲେ ଚନା ଆଜି ସେ
କୋଶ୍ ଲି ଭାଷାର୍ ରଜା ହେଇଛନ୍
ତାଙ୍କର୍ କାବ୍ୟ କବିତା ମାନେ ପଢିଦେଲେ
ମନ୍ ହେଇ ଯାଏସି ଛନ୍ ଛନ୍
ତାକର୍ କାବ୍ୟମାନେ ହଲ୍ ଧର୍ ଗ୍ରନ୍ଥାବଲି
ନାରେ ବାହାରିଲା ଆର୍ ସବ୍ କର୍ ମନ୍ ମୋହେଲା
ଦେଖୁନ୍ ତ ଆମର୍ ଭାଷା କେତେ ଅଏନ୍ ଥିଲା
କୋଶ୍ ଲି ରାଏଜ ର୍ ବଡ୍ ଖା କବି ହେଉଛନ୍
ଆଜ୍ଞା ହଲ୍ ଧର୍
ପଦ୍ମଶ୍ରୀ ଆନି କରି ନା ରଖିଦେଲେ ସେ ଆମର୍
ତାକର୍ କବିତା ପଢିକରି
ଲୋକ୍ ବାହାରିଲେ କଲମ୍ ଧରି
କଲେଜ୍ ଅଧ୍ୟାପକନୁ ଆରମ୍ଭ୍ କରି ଶିକ୍ଷକ୍ ,
ସାଧାରନ୍ନାଗ୍ ରିକ୍ ସବ୍ ଧରଲେ ନ଼ କଲମ୍
ଆର୍ କୋଶ୍ ଲି ଭାଷା ର୍ ଲାଗି ଆହୁରି ହେଲାନ
ସମ୍ କର୍ ମନ୍ ଛନ୍ ଛନ୍
***
ଅରୁଣା ମିଶ୍ର
ଓଡ଼ିଆ ଅଧ୍ୟାପିକା
ବାଗବାହାଲୀ,(ଖାରୀ)
ସୁବର୍ଣ୍ଣପୁର




0 Comments