☠️ଟଁଢ଼େଇ ଉଁଆସ୍☠️
ସରାବନ୍ ମାସ ର୍ ଉଁଆସ୍ ରାଏତ୍ କେ
ସମ୍ କୁ ଡର୍ ଇ ଟଁଢ଼େଇ ଯାଏତ୍ କେ
ସୁତା ରେ ଘିଚି କରି ପିଇସି ରକତ୍
ଜାହା କେ ଦେଖ୍ସି ରକତ୍ ପି କରି ଘିଚ୍ ସି ତାକତ୍
ଲୋକ୍ କହୁଥିଲେ ଅନ୍ଧାର୍ ରାଏତ୍ ଥି ଜଲ୍ସି ବତି
ଅଧା ରାଏତ୍ ହେଲେ ଟଁଢ଼େଇ ଯାଏ ସି ଜଲେଇ ବତି
ବିନା ଲୁଗା ପିନ୍ଧି କର୍ ସି ପୂଜା
ଭୁଗ୍ ଲଗେଇ ଦେସୀ କଏଲ୍ ଜା ଭଜା
ଜାହାକେ ଦେଖ୍ ସୀ ଦଉଡେଇ ନେସୀ
ନିରୀହ ଲୁକର୍ ସେ ଜୀବନ୍ ନେସୀ
ଛୁଆ କୁ ଆନ୍ଲେ ବାଁତି କି ଜର୍
ମାଁ ମାନ୍ କୁ ଲାଗ୍ ସୀ ଟଁଢ଼େଇ ର୍ ଡର୍
ଛୁଆ କେ ନେଲା ଗୁନିଆ ନିକେ
ଗୁନିଆ କହେଲା ଗାଁ ଭିତରେ ଟଁଢ଼େଇ ଟେ ଅଛେ କିଏ
ଗୁନିଆ ପକାଲା ଗୁଟେ ମନ୍ତର୍ ଜନ୍ତର୍
ଗାଁ ଭିତରେ ହେଲା ଟୁପୁର୍ ଫୁସୁର୍ ଖର୍ ମର୍
ଗାଁ ଭିତ୍ ରେ ପଡ୍ ଲା ନାଁ
ରକତ୍ ପିଆ ଟଁଢ଼େଇ ଗୁଡ୍ ଖାଉ ର୍ ମାଁ
ଘର୍ ଭିତ୍ ରୁ ଯେଇ କରି ଆନ୍ଲେ ଘିଚି
ଧୁର୍ କୁଟେ ପିଟି କରି ଦେଲେ ବାଲ୍ କେ ଖାଁଚି
ଶିକ୍ଷିତ୍ ସମାଜ୍ ଦେଖ ଭକୁଆ ହେଲା
ଅନ୍ଧ୍ ବିଶ୍ୱାସେ ଜନ୍ କର୍ ଜୀବନ୍ ଗଲା
ଟଁଢ଼େଇ ବଲି କରି କିଛି ଯାଏ ତ୍ ନାଇନ
ଇହା ଦର୍ ଶିକ୍ଷିତ୍ ସମାଜ୍ ହେଟା ମାନି ବସ୍ ଲେନ
ଅରୁଣା ମିଶ୍ର
ଓଡ଼ିଆ ଅଧ୍ୟାପିକା




0 Comments