:- ଝି ଭ୍ରୁଣ୍ ହତ୍ୟା :-
****************
କାଏଁ କାରଣ୍ ଥିଲା ସେ ଜାନି ବି ନାଇଁ ପାର୍ ଲା
ସେ କାଏଁ ଜାନେ ଝି ହେବାର୍
ପରିଣାମ୍ ସେ ପାଇଥିଲା ଦୁନିଆଁ କାଣା ଯେ ସେ
ଦେଖି ବି ନି ପାର୍ ଲା
ଝି ଥିଲା ହେତିର୍ ଲାଗି ପେଟ୍ ଭିତ୍ ରୁ ତାହା କେ ମାରି ଦିଆଗଲା
ନା ଖେଲିଥିଲା ସେ ମାଁ ର୍ କୁଲେନା
ଦଉଡି ଥିଲା ତାର୍ ଘର୍ ଦୁଆରେ ମାଁ ର୍ ପେଟ୍ ଭିତ୍ ରେ ତ ସେ
ଆଏଁଖ୍ ବି ନି ଖିଲି ଥାଇ
ସଭେ ମିଶି ମାରି ଦେଲେ ତାହାକେ ଡାକତର୍ ଦେଖେଇ କରି
ଇ ମିସିନ୍ ପାତି ଉସୋ କସା ଜେନ୍ ଦିନୁ ବାହାରିଲା
ଝି ଜନମ୍ ହେବା କି ପୁଓ ସେ ଦିନୁ ଲୋକ୍ ଜାନ୍ ଲା
ଆର୍ ଝି ଭ୍ରୁଣ୍ ହତ୍ୟା ଆର୍ ବଢିଗଲା
ଲୁକେ କହେସନ୍ ଝି ! ଝି ମାନେ ଘର ର୍ ଶିରୀ
ଇଟା କହି କହି ଲୁକେ ନ ସାଜିଛନ୍
ଝି ମାନ୍ କର୍ ବଡ୍ ବଏରୀ
ଥରେ ଜନମ୍ ହେଇ ଦିଅ ତ ଝି କେ। ଦେଖ୍ ଵ କେନ୍ତା ମୁଡ୍ ଗର୍ବେ
ଉଠେଇ ଦେବା ତମର୍ ଉପର୍ କେ
ଝି ଜନମକେ ନାଇଁ ଭାବ୍ ପିତା ଝି ତ ହଉଛେ ସତେ ଜଗତ୍ ଜିତା
ଇ ହିନ୍ ଭାବ୍ ନା କେ ସଭେ ମନୁ କାଢ଼ି ଦେମା
ଝି " ଭ୍ରୁଣ୍ ହତ୍ୟା" କେ ସଭେ ମିଶି କରି ଅଟକେଇ ଦେମା ।
***
:- (ଅରୁଣା ମିଶ୍ର):-
ଓଡିଆ ଅଧ୍ୟାପିକା
ବାଗ ବାହାଲୀ(ଖାରୀ)




0 Comments