- "ଛନ୍ଦା ଚରଣ ଯା ଇଚ୍ଛା କର ବନ୍ଧା ପଡିଛି ଜୀବନ ମୋର "(ସୁନନ୍ଦା ପାଣିଗ୍ରାହୀ)

       




  ଶୀର୍ଷକ - "ଛନ୍ଦା ଚରଣ ଯା ଇଚ୍ଛା କର

             ବନ୍ଧା ପଡିଛି ଜୀବନ ମୋର "

🌿🌿🌿🌿🌿🌿🌿🌿🌿🌿🌿🌿

ଛନ୍ଦା ଚରଣ ଯା ଇଚ୍ଛା କର

   ବନ୍ଧା ପଡିଛି ଜୀବନ ମୋର

ଆହେ କମଳା ବର ଦୁଃଖ ହର ମୋହର

ଦୁଇ ହାତ ଯୋଡି ପ୍ରଭୁ କରେ ଜୁହାର

🥲🥲🥲🥲🥲🥲🥲🥲🥲


ସଂସାର ଜଞ୍ଜାଳେ ବାନ୍ଧି

      କାନ୍ଦଉଛ ନିତି ନିତି

ପାଦୁ ପାଦ ହୁଏ ଛନ୍ଦି

ଦୁଃଖ ଭାରେ ନିତି ପ୍ରତି

🥲🥲🥲🥲🥲🥲🥲🥲🥲🥲


ଆହେ କମଳା ବର ଦୁଃଖ ହର ମୋହର

ଦୁଇ ହାତ ଯୋଡି ପ୍ରଭୁ କରେ ଜୁହାର


ଗରିବ ଦୁଃଖ ଭଞ୍ଜନ ଛନ୍ଦା ଚରଣ

ମୋ ପାଇଁ କି ମହା ପ୍ରଭୁ ସବୁତ ବାରଣ

ଦୁଖେ ଚାହିଁ ଅନାଇଛି ଚକା ଡୋଳାରେ

ଜୀବନ ବନ୍ଧା ପଡିଛି ଛନ୍ଦା ପୟରେ

🥲🥲🥲🥲🥲🥲🥲🥲🥲🥲


ଆହେ କମଳା ବର ଦୁଃଖ ହର ମୋହର

ଦୁଇ ହାତ ଯୋଡି ପ୍ରଭୁ କରେ ଜୁହାର


କର୍ମ ଜାଣି ଫଳ ଦିଅ କର୍ମ କାରଣ

ମୋ କର୍ମ କି ପୋଡା ହେଲା ହେ ଭଗବାନ

ମୁଖେ କି କହିବ ଦୁଃଖ ସେ ରଙ୍ଗା ଆଧରେ

ବାନ୍ଧିଚି ପ୍ରାଣ କୁ ତୁମ ପଦ୍ମ ପୟରେ

🥲🥲🥲🥲🥲🥲🥲🥲🥲🥲

ଆହେ କମଳା ବର ଦୁଃଖ ହର ମୋହର

ଦୁଇ ହାତ ଯୋଡି ପ୍ରଭୁ କରେ ଜୁହାର


ସୁନନ୍ଦା ପାଣିଗ୍ରାହୀ

ଭୁବନେଶ୍ୱର

Post a Comment

0 Comments