🙏 "ରଘୁନାଥଙ୍କ ଜଣାଣ "🙏
କର ଯୋଡି ନିବେଦନ
କରୁଛି ଜଣାଣ ବସି ଅଧମ, କୃପାମୟ ହେ ;
କର କଷ୍ଟ ନିବାରଣ, କୃପାମୟ ହେ l
ଖଣ୍ଡନ କର ମୋ ଦୁଃଖ
ଖଟି ପଦେ କହେ ହେ ପଦ୍ମ ମୁଖ, ଖିରାଶାୟୀ ହେ ;
ଖିଆଲି ନ ମଣି ଦେଖ, ଖିରାଶାୟୀ ହେ l
ଗରିବ ଗଞ୍ଜନ ବାନା
ଗରିବ ଗୁହାରି କର୍ଣ୍ଣେ ଶୁଣନା, ଗଦା ଧର ହେ ;
ଗରିବ ଡାକୁଛି ସିନା, ଗଦାଧର ହେ l
ଘନ ବରଜ ମୂରତି
ଘଡ଼ିଏ ଚାହିଁଲେ ଯିବ ଦୁର୍ଗତି;ଘନଶ୍ୟାମ ହେ ;
ଘାଣ୍ଟି ହୁଏ ଦିନ ରାତି, ଘନ ଶ୍ୟାମ ହେ l
ଉପାୟ ନାହିଁ ମୋହର
ଉଦ୍ଧାର କରନ୍ତୁ କମଳା ବର, ଆର୍ତ୍ତ ତ୍ରାଣ ହେ ;
ଉଚିତ ବିଚାର କର, ଆର୍ତ୍ତ ତ୍ରାଣ ହେ l
ଚତୃବର୍ଗ ଫଳ ଦାତା
ଚାହିଁ କୃପା ନେତ୍ର ଜଗତ ପିତା, ଚକ୍ରଧର ହେ ;
ଚାଲି ଯାଉ ମୋର ଚିନ୍ତା, ଚକ୍ରଧର ହେ l
ଛାଡି ଅଛି ସବୁ ଆଶା
ଛନ୍ଦା ଚରଣ କୁ କରି ଭରଷା, ଛଦ୍ମ ବେଶି ହେ;
ଛଟକେ ଯାଉ ଦୁର୍ଦଶା , ଛଦ୍ମ ବେଶିହେ l
ଜଳ ରୁ ଗଜ ଉଦ୍ଧାରି
ଜଗତେ କୀର୍ତ୍ତି ରଖିଲ ମୁରାରୀ ;ଜଗନ୍ନାଥ ହେ
ଜିବା ଜିବେ ଅଛ ପୁରୀ, ଜଗନ୍ନାଥ ହେ l
ଝୁରି ହୁଏ ନିଶି ଦିନ
ଝଟକେ ଏ ହରି ଦିଅ ଦର୍ଶନ, ଛିନ୍ନ ବାସ ହେ ;
ଝାଉଁଳି ଯାଏ ପରାଣ, ଛିନ୍ନ ବାସ ହେ l
ଟାଣ ଭାଙ୍ଗି ଯାଏ ମୋର
ଟାପରା କରନ୍ତି ଜଗତେ ନର, ଟଙ୍କ ଧର ହେ ;
ଟଳେ ପରାଣ ମୋହର, ଟଙ୍କଧର ହେ l
ଠକୁଛ କାହିଁକି ମୋତେ
ଠାବ ଦିଅ ପଦ୍ମ ପଦେ ନିରତେ, ଠଣା ମୁଖ ହେ ;
ଠିକେ ଜଣାଇବି ତୋତେ, ଠଣା ମୁଖ ହେ l
ଢମ ମୋର କିଛି ନାହିଁ
ଢଳ ଢଳ ଭଙ୍ଗୀ ଦେବ କହେଁଇ, ଢଳିପଡ଼େ ହେ ;
ଢାଳି ରଖ ଦୟାବହି, ଢଳି ପଡେ ହେ l
ଅଣା କର ତୁମେ ହରି
ଅଣ ଆୟତ୍ତ ରେ କରେ ଗୁହାରି, ଆନ୍ତର୍ଯମୀ ହେ ;
ନ ଶୁଣ ଦୁଃଖ ମୋହରି, ଅନ୍ତର୍ଯମୀ ହେ l
ତରିଛି ବନେ ମୃଗୁଣୀ
ତାରିବ ମୋ ଦୁଃଖ ହେ ଚକ୍ର ପାଣି,ତ୍ରିଲୋକେଶ ହେ
ତରିଅଛ କେତେ ପ୍ରାଣୀ,ତ୍ରିଲୋକେଶ ହେ l
ଥୟ ନୁହେଁ ପଞ୍ଚ ପ୍ରାଣ
ଥରେ ମାତ୍ର ପ୍ରଭୁ ହଉ ପ୍ରଶନ୍ନ, ସ୍ଥୁଳଭୁଜ ହେ ;
ଥରେ ମୋ ବିନୟ ଘେନ, ସ୍ତୁଲଭୁଜ ହେ l
ଦୀନବନ୍ଧୁ ନାମ ବହି
ଦରିଦ୍ରେ ସୁଦୟା ନୁହଁ କିମ୍ପାଇ, ଦୟାମୟ ହେ ;
ଦିନହୀନ ଆରତେ ଡାକଇ, ଦୟାମୟ ହେ l
ଧ୍ରୁବ କୁ ଉଦ୍ଧାର କରି
ଧରା ଧାମେ ଖ୍ୟାତି ନାମ ତୁମରି, ଧନୁର୍ଧାରୀ ହେ ;
ଧନ୍ୟ ମହିମା ତୁମ୍ଭରୀ l
ନରସିଂହ ରୂପ ଧରି
ନଖାଗ୍ରେ ହୀରାଂଣ୍ୟ ଅଛ ଉଦ୍ଧାରି, ନଟବର ହେ ;
ନୀଳାଞ୍ଚଳେ ବିଜେ କରି, ନଟବର ହେ l
ପଥର ହୋଇ ଅହଲ୍ୟା
ପଡିଥିଲା ପରା ଦୁଖେ ଅବଳା, ପଦ୍ମ ନାଭ ହେ ;
ପାଦ ବାଜି ମୁକ୍ତି ଲଭିଲା, ପଦ୍ମନାଭ ହେ l
ଫଟା ଭାଗ୍ୟ କୁ ମୋହର
ଫିଟୁନାହିଁ ପ୍ରଭୁ କୃପା ଭଣ୍ଡାର, ଫାଣୀଧର ହେ ;
ଫନ୍ଦି ମୋ ପାଇଁ ନ କର, ଫଣୀ ଧର ହେ l
ଭକ୍ତ ଉଦ୍ଧାରଣ ହରି
ଭଵ ଜଳଧି ରୁ କରନ୍ତୁ ପାରି, ଭଗବାନ ହେ ;
ଭିକ୍ଷା ଏ ସଦା ମୋହରି, ଭଗବାନ ହେ l
ମାୟା ନକର ମୋ ଠାରେ
ମହିମା ତୁମରି କେ ବର୍ଣ୍ଣି ପରେ, ମହାବାହୁ ହେ ;
ମାୟା ମୋହେ ପଡି ଡରେ, ମହାବାହୁ ହେ l
ଯାମାଳାଅର୍ଜୁନ ଭଞ୍ଜନ
ଯମୁନା ତଟରେ କର ଭ୍ରମଣ, ଯାଦୁନାଥ ହେ ;
ଯାଉଛି ଜୀବନ ଘେନ, ଯାଦୁନାଥ ହେ l
ରଖିଲ ପ୍ରହଲ୍ଲାଦ ବୀର
ରାମକୃଷ୍ଣ ହରି କୋଦଣ୍ଡ ଧର, ରଘୁନାଥ ହେ ;
ରଙ୍ଗେ ଧରିଲ ମନ୍ଦର, ରଘୁନାଥ ହେ l
ଲୟ ମୋ ନାହିଁ କାହିଁ ରେ
ଲୟ ରଖି ଅଛି ତୁମ୍ଭ ପୟରେ, ଲକ୍ଷ୍ମୀ ଧର ହେ;
ଲଗାଅ ନାବ ମୋ କୂଳେ, ଲକ୍ଷ୍ମୀ ଧର ହେ l
ବଳବନ୍ତ ପ୍ରଭୁ ବୋଲି
ବଳ ଅବଳ କୁ ମୂଁ ଆଶ୍ରା କାଲି, ବଂଶୀଧର ହେ ;
ବନେ ମୂଁ ପାଉଁଶ ହେଲି, ବଂଶୀ ଧର ହେ l
ଶରଣ ବତ୍ସଳ ନାଥ
ଶରଣ ଧାରୀ ମୂଁ କହେ ଶ୍ରୀ ନାଥ, ଶ୍ରୀଧର ହେ ;
ଶଙ୍କିତ ସଦା ମୋ ଚିତ୍ତ, ଶ୍ରୀଧର ହେ l
ସଦାନନ୍ଦ ପଦେ ଯାର,
ସଭିଏଁ ଖଟନ୍ତି ହୋଇ କିଙ୍କର, ଶ୍ରୀ କାନ୍ତ ହେ;
ସେ ପଦେ ଆଶା ମୋହର, ଶ୍ରୀ କାନ୍ତ ହେ l
ଷ ଠ ପାଦ ବନ୍ଧୁ ପଦେ
ଷ ଠ ଦୁଇ ପାଦ ଗରିବ ବନ୍ଦେ, ଷ ଠ ତ୍ରୟ ହେ ;
ସରଣା ଗତ ରହୁ ହୃଦେ,ଷ ଠ, ତ୍ରୟ ହେ l
ହରି ହର ନାଥ ମୋର
ହରି ଦୟା ମୟ ଶ୍ୟାମ ସୁନ୍ଦର, ହୃଷିକେଶ ହେ ;
ହରଷେ ସୁଦୟା କର, ହୃଷିକେଶ ହେ l
କ୍ଷମା ମାଗୁଛି ପୟରେ
କ୍ଷମା ଅପରାଧୀ "ଶଶୀ " ଅକ୍ଷରେ, କ୍ଷମାନିଧି ହେ ;
ଖୁଦ୍ର କଥା ଶୁଣି ଡରେ, କ୍ଷମା ନିଧି ହେ l
"କ" ଠୂ "କ୍ଷ" ଅକ୍ଷରେ
ଲେଖିପକାଇଛି, କ୍ଷୀଣ ଶରୀରେ, କ୍ଷମା ମୟ ହେ ;
କ୍ଷଣେ ଚାହଁ ରଙ୍ଗା ଅଧରେ, କ୍ଷମା ମୟ ହେ l🙏
୰ ଶ୍ରୀମତୀ ସୁଶୀଳା ଦେବୀ
ଗଦା ସାହି, ଆଠଗଡ, କଟକ




0 Comments