କବିତା ଲେଖା (ଅରୁଣା ମିଶ୍ର, ଓଡ଼ିଆ ଅଧ୍ୟାପିକା)

                            


                     "କବିତା ଲେଖା"



ଯେତେବେଲେ ଗୁଟେ ମୁନୁଷ୍ ନିଜର୍ ମନର୍ ଦୁଖ୍ ଦରଦ୍ କେ ଅଲଗା ଲୁକର୍ ଆଘେ କହି ନାଇଁ ପାରେ ସେତେ ବେଲେ ନ ସେ କାଗଜ୍ କଲମ୍ ର ସାହାଯ୍ୟ ନେଇ ଥିସି

ତାର୍ ମନର୍ ଭାଷା କେ ନାନା ରୁପେ ଲେଖି କରି ଅଲ୍‌ଗା ଲୁକର୍ ଆଗ୍ କେ ଆନ୍‌ସି.

ଥୁପେ ଥୁପେ ଶବ୍ଦ କେ ଶବ୍ଦ ମାନ୍ କର୍ ସାଙ୍ଗେ ଜୁଡି କରି

ଶେଷେ ହେଇ ଯାଏ ସି ସେଟା ଗୁଟେ କବିତା। ସେ କବିତା

ମାଧ୍ୟମ୍ ରେ କେତେ ବେଲେ ଭଲ୍ ପାଏବାର୍ ସେନେହ ସରଧା ର୍ ବାର୍ତ୍ତା ମିଲିଥିସି ତ ଆର୍ କେତେ ବେଲେ ଦୁଖ୍ ଆର୍ ଦରଦ୍ ର ଚିହ୍ନା ରହି ଯାଏସି

କବିତା ମାଧ୍ୟମ୍ ରେ କେତେ ବେଲେ ଆଖିରୁ ଲୁହୁ ଝରି ଯାଏସି ତ ଆର୍ କେତେ ବେଳେ ଦୁଖ୍ ଆର୍ ଦରଦ୍ ର

ଚିହ୍ନା ରହି ଯାଏସି| କବିତା ମାଧ୍ୟମ୍ ରେ କେତେ ବେଲେ

ଆଖିରୁ ଲୁହୁ ଝରି ଯାଏସି ତ ଆର୍ କେତେ ବେଲେ ଉସତ୍ ଆର୍ ଗରବ୍ ରେ ଛାତି ଫୁଲି ଯାଏସି.

ଇ କବିତା କେତେ ବେଲେ ସାଜ୍ ସି ଗୋଧୁଲି ବେଲର୍ ବେଲ୍ ଉଦ୍ ଲା ସୁରୁଜ୍ ତ ଫେର୍ କେତେ ବେଳେ ଆମର୍

ମନେ ଆଙ୍କିଦେସି ଇ ଗଛଲତା ପାହାଡ୍ ପର୍ବତ୍ ର ସୁନ୍ଦର୍ ଛବି| କବିତା ରେ କେଭେ ଲେଖା ହେସି ମଲା ଜହ୍ନ ର୍

କାହାନୀ ତ ଫେରି କେତେ ବେଲେ ପୁନେଇ ଚାନ୍ଦ ର୍ କାହାନୀ| କବିତା ମାଧ୍ୟମ୍ ରେ ଗୁଟେ ମୁନୁଷ୍ ତାର୍ କହି ହେଲା ଆର୍ କହି ନିହେଲା ଜିନିଷ୍ କେ ମେଲା କାଗଜ ରେ ଲେଖି କରି ତାର୍ ହୁରୁ ଦ୍ କେ ଶାନ୍ତି ଦେସି

            ଅରୁଣା ମିଶ୍ର

         ଓଡ଼ିଆ ଅଧ୍ୟାପିକା

Post a Comment

0 Comments