(ପୁଷ୍ ପୁନି ତିହାର୍)
ସରିଗଲା ନ ପୁଷ ର୍ ଦିନ୍ କାଲ୍
ଆସିଗଲା ମାଘ ର କନ୍ କନି
ଆର୍ ଇ ପୁଷ ର୍ ଶେଷ୍ ଦିନେ ମନାମା ଆମେ ପୁଷ୍ ପୁନି
ଲୁକେ ଖାଇ ଦେବେ ଜାହାକୁ ଜେତେ
ଛେଲ୍ କୁକୁଡା କୁ ହାନି
ଆର୍ ହଲିଆ ବୁପୁରା କାମ୍ ଉସ୍ ରାସି
ଦିନ୍ କେ ଗନି ଗନି
କାଏଁ ଦୋଷ୍ କରି ଥିଲେ ଯେ ମଲେ
ବିଚ଼୍ରା ଛେଲ୍ କୁକୁଡା ନାଇଁ ପାରିଲେ ଜାନି
ମଦ୍ ମାଉସ୍ ଖାଲି କାଏଁ ହେଲା ଯେ
ମିଠା ମଡା ଖାଇ କରି,ଢ଼ୋଲ୍ ନିଶାନ୍
ବଜେଇ କରି ବି ତ ହେବା ହେବା ମନେଇ ପୁଷ୍ ପୁନି
ଭାଇ ବହେନ୍ ବଡ୍ମା ବଡ୍ ବା କକା ଖୁଡି
ଜାହାକେ ଦେଖ ମଦ୍ ମାଉସ୍ ଖାଏ ଲେ ଖାଲି ଖୁରି ଖୁରି
ସତେ ଦେଖ ତ ସାଜ୍ ଲେ ଇମାନେ
ନିରିହ ପଶୁ ମାନ୍କର୍ ବଇରି
ମଦୁଆ ପିଇସି ଦେଶି ମଦ୍ ଖାଏ ସି ପାପଡ୍ ଭଜା
ଚାଏରନା ପିଇ ଆଠ ନା ର୍ ଢ଼ଙ୍ଗ୍ ଦେଖାସି କେତେ ମଜା
ଭାଲ୍ନି ପକାବେ ମେଲ୍ ଛା କୁକୁଡା
ଗୁଆଁବେ କେତେ ଜିବନ୍
ବଛର୍ ମୁଡ୍ କେ ପୁଷ୍ ପୁନି ଦିନେ
ହେଇ ଯିବା ତାକର୍ ମରନ୍
ଆସ ଆମେ ସଭେ ମିଶି କରି ଇ
ପଶୁ ହତ୍ୟା କେ ଅଟକାମା
ଆମର୍ ସିଘା ତିହାର୍ ପୁଷ୍ ପୁନି ତିହାର୍ କେ
ଡାଲ୍ ଖାଇ ରସର୍ କେଲି ନାଚି କରି ମନାମା
ପିଠା ମଡା ପକ୍ ଡି ଚଉଲ୍ ବରା
ଛନା ହେଲାନ ଅଏର୍ସା
ଆର୍ ପୁଷ୍ ପୁନି ଦିନ ଚୁଇଲ୍ ମୁଡେ ବସି
ଖାଉଥା ମାନ୍ ମଏନ୍ ସା
ଅରୁଣା ମିଶ୍ର(ଓଡ଼ିଆ ଅଧ୍ୟାପିକା)




0 Comments