ଓଡ଼ିଆ ଭାଷା ସାହିତ୍ୟ ସବୁଠୁ ସୁନ୍ଦର (ଅନୁପମା ବିଶ୍ଵାଳ)

 

       











ଓଡ଼ିଆ ଭାଷା ସାହିତ୍ୟ ସବୁଠୁ ସୁନ୍ଦର

***********************

ଓଡ଼ିଆ ଭାଷା ମୋ ସବୁଠୁ ସୁନ୍ଦର

         ବୃଦ୍ଧି କରିଛି ଜ୍ଞାନ ସତ୍ୟର ମାନ

ମଧୁ ବର୍ଣ୍ଣବୋଧରୁ ଆରମ୍ଭ ହୋଇ

         ଦେଇଛି ଭାଗବତ ଶାସ୍ତ୍ର ପୁରାଣ।


ଚକାଆଖି ପରି ଗଠନ ତାହାର

              ସ୍ନିଗ୍ଧ ସୁକୋମଳ ଲଳିତ ମଧୁର

ପ୍ରତିଟି ଶବ୍ଦରେ ପୀୟୂଷ ପୂରିତ

               ଅର୍ଥରେ ସୃଜଇ ଅମୃତ ଧାର।


ନବରସେ ପରିପୂର୍ଣ୍ଣ ଛନ୍ଦେ ଛଂଦିତ

          ଅଳଙ୍କାରେ ସୁଶୋଭିତ ତନୁଶ୍ରୀ ତା'ର

କବିତା ଉପନ୍ୟାସ ଦିଏ ଜୀବନ୍ୟାସ

             କଥା କାହାଣୀ ରମ୍ୟ କଳେବର।


ଭଜନେ ଜଣାଣେ ପ୍ଲାବିତ ଭକ୍ତିରସ 

         ଭାବର ମହକେ ଭାବାୟିତ ଅନ୍ତର

ପ୍ରେମ ଭକ୍ତିର ଶୁଭ୍ର ସମନ୍ୱୟ ରୂପ

            ପୂର୍ବ ଆକାଶର ଭାସ୍କର।

            **************************

ଅନୁପମା ବିଶ୍ଵାଳ, ସମ୍ବଲପୁର

୭୯୭୮୫୬୮୩୨୨

Post a Comment

0 Comments