ଈଶ୍ୱରଙ୍କ ନାମ କୁହୁକ ସମାନ
ସ୍ମରିଲେ ଆନନ୍ଦ ମିଳେ
ମନ୍ଦିର ଦର୍ଶନ ସବୁଠୁ ଉତ୍ତମ
ଯାଦୁ ଠାରୁ ତାହା ବଳେ ।।
ତାଙ୍କ ନାମ ଜପ ହୃଦୁ ନିଏ ତାପ
ମନକୁ ସୁଦୃଢ଼ କରେ
ନାମ ଛାଡିଦେଲେ ହିସାବ ଖାତାରେ
ବାକିସବୁ ସିଏ ଯୋଡେ ।।
ଆବଶ୍ୟକ ଠାରୁ ଅଧିକ ଚାହିଁଲେ
ଯଦି ତାହା ମିଳେନାହିଁ
ଈଶ୍ୱରଙ୍କ ଇଛା ତହିଁ ନିଶ୍ଚେ ଥାଏ
କାତର ନହୁଅ ତହିଁ ।।
ମନକୁ ନିଶ୍ଚଳ କରି ରୁହ ସ୍ଥିର
ଆନନ୍ଦ ମିଳିବ ତହିଁ
ପାର୍ଥିବ ଆନନ୍ଦ ହୋଇଯିବ ଦୂର
ସ୍ବର୍ଗୀୟ ଆନନ୍ଦ ଦେଇ ।।
ଗୋବିନ୍ଦ ଚନ୍ଦ୍ର ଫାରକ
ପୁରୀ




1 Comments
ଧନ୍ୟବାଦ ଜଣାଉଛି
ReplyDelete