ପ୍ରକୃତିରାଣୀ ଅପୂର୍ବ ସୁନ୍ଦର ଲାଗେ
ସେହି ନିଘଞ୍ଚ ବନାନୀ ରେ .....।
ପାହାଡଘେରା ସେହି ସବୁଜ ବନାନୀ ,
ତା' ମଧ୍ୟରେ କୁଳୁକୁଳୁ ଝରଣା ଆଉ
ଚଳଚଞ୍ଚଳ ବନ୍ୟଜନ୍ତୁ ,
ଆହା କି ସୁନ୍ଦର !!!
ଦିନରେ ସେଠି ରାତ୍ରୀ ର ଅନୁଭୂତ ହୁଏ ,
ଆଲୁଅ ର ଲୁଚକାଳି ଖେଳ ମଧ୍ୟରେ
ଶୋଭାରାଣୀ ଆକର୍ଷଣ କରୁଥିଲା
କେତେ ଯେ ପର୍ଯ୍ୟଟକ ଙ୍କ ମନ ,,,,,
ଆଜି କିନ୍ତୁ ସେ ଲାଗୁଛି ବିସଣ୍ଣ ,
ମଳିନ ତା'ର ମୁଖବଣ୍ଣ ,
କାନ୍ଦୁଛି ସେ ପର୍ଯ୍ୟଟକ ଙ୍କୁ ଦେଖି ।
ଆଜି ସେଠି ବୋମାମାଡ ,
ଅହଂକାରୀ ମଣିଷଙ୍କ ବନ୍ଧୁକ ମୁନରେ
ରକ୍ତରଞିତ ହୁଏ ମାଟି ,
ଲାଲକରିଡର ର ଲାଲ୍ ଧ୍ବଜା ରେ
ଶୋଭାରାଣୀ ର ସବୁଜ ରଙ୍ଗ ହୋଇଯାଇଛି ମଳିନ....।
ଶୋଭାରାଣୀ ଆଜି ଅସହାୟ ,
ଶୁଭୁନି ଆଉ ବଣପକ୍ଷୀଙ୍କ କାକଳି,
ଶୁଭୁଛି ଖାଲି ପୋଲିସ୍-ମାଓବାଦୀଙ୍କ ସଂଘର୍ଷ ।
ରକ୍ତାଭ ଦିଶେ ସନ୍ଧ୍ୟା ,
ଭୟଙ୍କର ଲାଗେ ପରିବେଶ ,
ଗାଁ ଠାରୁ ଆରମ୍ଭ କରି କ୍ୟାପିଟାଲ୍ ପର୍ଯ୍ୟନ୍ତ ,
ଶୁଭେ କାନ୍ଦଣା ର ସ୍ବର ।
କେଉଁଠି ପୁତ୍ର କୁ ହରାଇ ବୃଦ୍ଧ ପିତାମାତା ତ
କେଉଁଠି ବିଧବା ପତ୍ନୀ ,
ପୁଣି କେଉଁଠି ବାପଛେଉଣ୍ଡ ପିଲାମାନେ ,
ଶୋଭାରାଣୀ ର କାନ୍ଦ ସହ ଏମାନଙ୍କ କାନ୍ଦ ମିଶି
ଗଗନ, ପବନ ହୁଏ ପ୍ରକମ୍ପିତ......।
ଅଶାନ୍ତବନ ର ଅଶାନ୍ତ ମନ
କିଏ ସେ କରିବ ଶାନ୍ତ ,
ମାନବିକତା ହିଁ ଏକମାତ୍ର ବାଟ
ହୋଇ ଚୈତନ୍ୟ, ଦେଇ ଆତ୍ମଜ୍ଞାନ
ସବୁକରିଦେବ ଶାନ୍ତ ,
ହଁ,ହଁ ସବୁକରିଦେବ ଶାନ୍ତ ।
********ମମତାରାଣୀ ଶତପଥୀ********
********ଶିକ୍ଷୟିତ୍ରୀ,ଗଞ୍ଜାମ*******





0 Comments