କବିତା - ଅଶାନ୍ତ ବନ - ମମତାରାଣୀ ଶତପଥୀ

ପ୍ରକୃତିରାଣୀ ଅପୂର୍ବ ସୁନ୍ଦର ଲାଗେ

                ସେହି ନିଘଞ୍ଚ ବନାନୀ ରେ  .....।

ପାହାଡଘେରା ସେହି ସବୁଜ ବନାନୀ ,

ତା' ମଧ୍ୟରେ  କୁଳୁକୁଳୁ ଝରଣା ଆଉ 

           ଚଳଚଞ୍ଚଳ  ବନ୍ୟଜନ୍ତୁ  ,

ଆହା  କି  ସୁନ୍ଦର  !!!

ଦିନରେ ସେଠି ରାତ୍ରୀ ର ଅନୁଭୂତ ହୁଏ  ,

ଆଲୁଅ ର ଲୁଚକାଳି ଖେଳ ମଧ୍ୟରେ

       ଶୋଭାରାଣୀ ଆକର୍ଷଣ କରୁଥିଲା 

  କେତେ ଯେ ପର୍ଯ୍ୟଟକ ଙ୍କ ମନ ,,,,,

ଆଜି କିନ୍ତୁ ସେ ଲାଗୁଛି ବିସଣ୍ଣ ,

ମଳିନ ତା'ର ମୁଖବଣ୍ଣ  ,

କାନ୍ଦୁଛି ସେ ପର୍ଯ୍ୟଟକ ଙ୍କୁ ଦେଖି ।

ଆଜି ସେଠି ବୋମାମାଡ ,

ଅହଂକାରୀ ମଣିଷଙ୍କ ବନ୍ଧୁକ ମୁନରେ

               ରକ୍ତରଞିତ ହୁଏ ମାଟି ,

ଲାଲକରିଡର ର ଲାଲ୍ ଧ୍ବଜା ରେ

ଶୋଭାରାଣୀ ର ସବୁଜ ରଙ୍ଗ ହୋଇଯାଇଛି ମଳିନ....।

ଶୋଭାରାଣୀ ଆଜି ଅସହାୟ ,

             ଶୁଭୁନି ଆଉ ବଣପକ୍ଷୀଙ୍କ କାକଳି,

ଶୁଭୁଛି ଖାଲି ପୋଲିସ୍-ମାଓବାଦୀଙ୍କ ସଂଘର୍ଷ ।

ରକ୍ତାଭ ଦିଶେ ସନ୍ଧ୍ୟା  ,

          ଭୟଙ୍କର ଲାଗେ ପରିବେଶ ,

ଗାଁ ଠାରୁ ଆରମ୍ଭ କରି କ୍ୟାପିଟାଲ୍ ପର୍ଯ୍ୟନ୍ତ ,

              ଶୁଭେ କାନ୍ଦଣା ର ସ୍ବର ।

କେଉଁଠି ପୁତ୍ର କୁ ହରାଇ ବୃଦ୍ଧ ପିତାମାତା ତ

           କେଉଁଠି ବିଧବା ପତ୍ନୀ ,

ପୁଣି କେଉଁଠି ବାପଛେଉଣ୍ଡ ପିଲାମାନେ ,

ଶୋଭାରାଣୀ ର କାନ୍ଦ ସହ ଏମାନଙ୍କ କାନ୍ଦ ମିଶି

        ଗଗନ, ପବନ ହୁଏ ପ୍ରକମ୍ପିତ......।

ଅଶାନ୍ତବନ ର ଅଶାନ୍ତ ମନ 

        କିଏ ସେ କରିବ ଶାନ୍ତ ,

ମାନବିକତା ହିଁ  ଏକମାତ୍ର ବାଟ

ହୋଇ ଚୈତନ୍ୟ, ଦେଇ ଆତ୍ମଜ୍ଞାନ

    ସବୁକରିଦେବ ଶାନ୍ତ ,

ହଁ,ହଁ ସବୁକରିଦେବ ଶାନ୍ତ ।

********ମମତାରାଣୀ ଶତପଥୀ********

********ଶିକ୍ଷୟିତ୍ରୀ,ଗଞ୍ଜାମ*******





Post a Comment

0 Comments