ପିତାମାତା ଦୁହେଁ ସୃଷ୍ଟିର ରହସ୍ଯ
ଜନ୍ମ ଦିଅନ୍ତି ଶିଶୁରେ
ବଂଶାନୁକ୍ରମିକ ବୁଦ୍ଧି ଜ୍ଞାନ ତତ୍ତ୍ବ
ଭରି ସେହି ଶରୀରରେ ାା
ସାଦୃଶ୍ୟ ବିଧାନ ବିଧାତାର ଦାନ
ପରମାୟୁ ଲେଖିଥାଇ
ମାଆର ଜଠରୁ ଭୂମିକୁ ଛୁଇଁଲେ
ଆଶ୍ଚର୍ଯ୍ୟ ହୁଅଇ ସେହି ାା
କାହିଁଥିଲି କେଉଂଠିକି ଆସିଲି ମୁଁ
ବୋଲି କାହାଁ ରଡି ଦେଇ
ମାଆର ମୁହଁକୁ ଦର୍ଶନ କରନ୍ତେ
ମୁଖେ ହସ ଉକୁଟଇ ାା
ଖୋଇପେଇ ମାତା ଶରୀର ବଢାଏ
ମୁଖେ ମାତୃଭାଷା ଦେଇ
ପିତା ନୀତି ଶିକ୍ଷା ମଣିଷ କରାଏ
ସମାଜୋପଯୋଗୀ ହୋଇ ାା
ବାପଥିଲା ପୁଅ ସଭାରେ ହାରେନା
ତର୍କଶାସ୍ତ୍ର ଆପଣେଇ
ମାଆକୋଳେ ପୁଅ ଦୁନିଆଁ ଡରେନା
ବିଧିର ବିଧାନ ଏହି ାା
ପିତାମାତା ପୂଜା କରୁଥିଲେ ନିତି
ଦେବତା ସନ୍ତୁଷ୍ଟ ହୋଇ
ଧରଣୀ ମଧ୍ୟରେ ଅତି ଆନନ୍ଦରେ
କାଳ ଯାଉଥାଏ ବହି ାା
ଠଠଠ
ଗୋବିନ୍ଦ ଚନ୍ଦ୍ର ଫାରକ
ରାଜ୍ୟଆବାହକ,କବିତା ଝଙ୍କାର




0 Comments