ଏ ଜୀବନ ଗଢା ପଞ୍ଚ ପଦାର୍ଥରେ
ଶବ୍ବ ତାରେ ନିନାଦଇ
ବାୟୁ ବ୍ୟୋମ ବାରୀ ବହ୍ନି ବସୁଧାରେ
ଜୀବର ସଂଚାର ହୋଇ ାା
ଆଧୁନିକତାର ବିଜ୍ଞାନ ବଳରେ
ନୂଆ ଯନ୍ତ୍ର ଆପଣେଇ
ବାୟୁ ବ୍ୟୋମ ବାରି ପ୍ରଦ୍ୟୁଷିତ ଭାରି
ଅଣନିଶ୍ବାସୀ କରଇ ାା
ମଣିଷ ନିଜର ହୀନମନ୍ୟତାରେ
ଜଙ୍ଗଲ କରଇ ନାଶ
ବରଷାରେ ଏଠି ସନ୍ତୁଳନ ନାହିଁ
ବଢୁଛି ଧରଣୀ ତ୍ରାସ ାା
କଳକାରଖାନା ପ୍ରଦ୍ୟୁଷିତ କରେ
ବିଶୁଦ୍ଧ ନଦୀର ଜଳ
ଧରଣୀ ମଧ୍ୟସ୍ଥ ଜଳ ପ୍ରଦ୍ୟୁଷଣ
ଜୀବକୁ ହେଲାଣି କାଳ ାା
ମଣିଷ ଇଚ୍ଛାରେ ଧ୍ବନି ପ୍ରଦ୍ୟୁଷଣ
ନାନା ରୋଗ ସୃଷ୍ଟିକରେ
ମାଟି ପ୍ରଦ୍ୟୁଷଣେ ଫସଲ ଅମଳ
କମିଯାଏ ଏ ଭୂମିରେ ାା
ବୃକ୍ଷ ରୋପଣରେ ଅଙ୍ଗାର କାମଳ
ବାୟୁରୁ ଅପସରିବ
ପ୍ରଦ୍ୟୁଷଣ ମୁକ୍ତ ହେବ ବାୟୁ ଜାଣ
ଅମ୍ଳଜାନ ବୃଦ୍ଧି ହେବ ାା
ଭୂମି ସଂରକ୍ଷଣ ହୋଇବ ନିଶ୍ଚୟ
ଜଳ ଧାରଣ ବଢିବ
ଫସଲ ବଢିବ ବାୟୁ ସ୍ବଚ୍ଛ ହେବ
ଜୀବନ ମାନ ବଢିବ ାା
ବାହ୍ୟମଳ ମୁକ୍ତ କରିବା ଗ୍ରାମକୁ
ପାଇଖାନା ଆପଣେଇ
ଜଳପରିମଳ ହୋଇଲେ ସ୍ବଚ୍ଛଳ
ଜୀବନ ସ୍ବଚ୍ଛନ୍ଦ ହୋଇ ାା
ଠଠଠ
ଗୋବିନ୍ଦ ଚନ୍ଦ୍ର ଫାରକ
ପୁରୀ




0 Comments