କଣ୍ଠଦେଶେ ମୋର ନାମାବଳି ହୁଅ
ଜୟଜଗନ୍ନାଥ କହି
ତୁମ ବଡଦାଣ୍ତେ ନାଚୁଥିବି ନିତ୍ୟ
ଗିନି ବାଇ ବାଇ ହୋଇ ାା
ଭକ୍ତ ପଦରେଣୁ ପବିତ୍ର ତା ଯେଣୁ
ମୁଣ୍ତେ ତାହା ବୋଳି ହୋଇ
ପବିତ୍ର ହୋଇବ ଦେହ ମନ ମୋର
ଭକତ ସାନ୍ନିଧ୍ୟ ପାଇ ାା
ତୀର୍ଥସାର ବୋଧି ଏହି ମହୋଦଧି
ତହିଁରେ ବୁଡ ପକାଇ
ମାର୍କଣ୍ତ ଜଳରେ ତନୁ ଅବଗାହୀ
ପୁଣ୍ୟ କିଛି ଅର୍ଜିବଇଁ ାା
ସିଂହଦ୍ବାରେ ତବ ପତିତପାବନ
ଦର୍ଶନ କରିବି ଯାଇ
ନୀଳଚକ୍ର ବାନା କଳ୍ମଷ ହରଣ
ଦେଖି ଧନ୍ୟହେବିମୁହିଁ ାା
କରୁଣାକର ଗୋସାଇଁ
ଠଠଠ
ଗୋବିନ୍ଦ ଚନ୍ଦ୍ର ଫାରକ
ପୁରୀ




0 Comments