ପ୍ରାଣ ପ୍ରିୟା ହୋଇ ସାହାସ ଦେଇଛ ମରଣ ମୁହୁଁ ଉତ୍ତାରି
ଜଗନ୍ନାଥ ନାମ ଉଚ୍ଚାରି ଉଚ୍ଚାରି ପ୍ରାଣ ଦେଲ ସ୍ବଚ୍ଛ କରି ାା
ତୁମେ ମୋ ସାବିତ୍ରୀ ତୁମେ ମୋର ସତୀ ଲକ୍ଷ୍ମୀ ସରସ୍ବତୀ ହୋଇ
ଧନଜନ ପ୍ରାଣ ଜ୍ଞାନ ସନମାନ ସବୁ ଅଛ ଭରି ଦେଇ ାା
ତୁମେ ହିଁ ତ ପ୍ରେମ ତୁମେ ପୁଣ୍ୟଧାମ ମୁକତି ପ୍ରଣୟ କାରା
ତୁମପାଇଁ ଏହି ସକଳ ପ୍ରସିଦ୍ଧି ତୁମବିନା ନାହିଁ ଚାରା
ନିର୍ବିକାର ତୁମେ ସକଳ କର୍ମରେ ଶକ୍ତିମୟୀ ମାତା ପରି
ଧର୍ଯ୍ୟର ବନ୍ଧ ବାନ୍ଧି ଦେଇଅଛ ମଧୁର ବଚନ କ୍ଷରୀ ାା
ସ୍ନେହ ପ୍ରେମ ପ୍ରୀତି ମଧୁର ଯା ସ୍ମୃତି ମଧୁର ବଚନ ସାର
ମମତାର ଡୋରେ ବାନ୍ଧି ଦେଇ ଅଛ ଯୌଥ ଏ ପରିବାର
ଭାବୁଛି ତୁମର ହାତରେ ରଖିଛ କେଉଁ କିମିଆଁ ଭରି
ଛୁଇଁଦେଲେ ଥରେ ବଦଳି ଯାଉଛି ମୋର ଭାଗ୍ୟର ଡୋରୀ ାା
ଭଙ୍ଗା କୁଡିଆରୁ ଚାରୁ ହର୍ମ୍ୟ ମୋର ଝଲସୁଛି ଆନନ୍ଦରେ
ହେ ଦେବୀ ତୁମର କରୁଣା କଟାକ୍ଷ ପଡୁଥାଉ ସଦାକାଳେ ାା
—×××××—
ଗୋବିନ୍ଦ ଚନ୍ଦ୍ର ଫାରକ
ପଲ୍ଲୀ,ବାଲିପୁଟ,ପୁରୀ,




0 Comments