ଉପବାସ କରି କରେ ପୂଜା
ଯାଇ ମୋ କନିଆଁ ଘର
ମୋ ପାଇଁ ଆସେ ମୋ ବାପା ଘରୁ
କେତେ କଣ ଭାର।।
ମୋ ଭାରିଜା ଆଣେ ମୋ ପାଇଁ
ତା ମନ ର ପୋଷାକ,
ମୋ ପଇସା ରେ ମୋତେ
କରାଏ ଅଭିଷେକ।।
ସତ୍ୟବାନ ବ୍ରତ ସାରି
ମୋ ସ୍ଵୀ ର ପାଦ ଧୋଇ,
ପାଇବି ପାଦୁକା
କେତେ ହରସ ହୋଇ।।😭😹😿
ଭାଙ୍ଗିବି ସତ୍ୟବାନ ବ୍ରତ
ମାରି ମୁଣ୍ଡିଆ ପତ୍ନୀ ପାଦର,
ନନୀ ଉଠେଇ ସେଲ୍ ଫି
ପୋଷ୍ଟ କରିବ ଫେସବୁକ ଠାର।।
ବିବି କୁ ଖୁଆଇ ଫଳ ମୂଳ
ଚାଟିବି ତାଙ୍କ ଅଇଁଠା ପତର,
ଜନ୍ମ ମୃତ୍ୟୁ ର ସାଥି ସେଇ
ରଖିବି ମାନ ତାଙ୍କର।।
ବାଢ଼ି ଦେଇ ରାତ୍ରି ଭୋଜନ
ଖୁଆଇବି ଖୁସି ରେ,
କରି ଦେଉଥିବି ପଙ୍ଖା
ବସି ମୋ ପତ୍ନୀ ପାଶରେ।।
ଶୋଇବା ପୂର୍ବରୁ ପାରି ଦେବି
ବିଛଣା ତାଙ୍କ ପାଇଁ,
ମୋଡ଼ି ଦେଇ ଗୋଡ଼ ଶୋଇବା ପରେ
ଶୋଇବି ମୁଇଁ।।
କହିଲି ଭବିଷ୍ୟତ ର କଥା
କରିବେନି ମୋତେ ଅନ୍ୟଥା,
ଭୁଲ୍ ଥିଲେ କରିବେ କ୍ଷମା
ପିଟି ବେନି ଜମା ମଥା।।
ପବିତ୍ର ବେହେରା
ବକ୍ସି ବଜାର,
ନାକଟିଦେଉଳ
ରେଢ଼ାଖୋଲ
ସମ୍ବଲପୁର
Email:- wrpabitra.in@gmail.com




0 Comments