ଦେଖିଲେ ତୁମକୁ
ତୁମକୁ ଦେଖିଲେ ଲାଗୁଛି ନିଜର
ସତେକି ମୋହର ଆତ୍ମୀୟ ସୋଦର
ତୋ ଆଖି ମୋ ଆଖି ମିଶି ଗଲେ ଥରେ
ମନ ହୁଏ ନାହିଁ ଛାଡିବାକୁ ବାରେ॥
ଚକା ଆଖି ତୋର ଦେଖିଦେଲେ ଥରେ
ମନେ ପଡିଯାଏ ଗୋପପୁର ବାରେ
ଜନମ ତୁମର ବନ୍ଦୀ ଶାଳା ଗୃହେ
କ୍ରନ୍ଦନ କରିଲ ନନ୍ଦ ରାଜା ଘରେ॥
ଜନ୍ମ କଲା ଜଣେ ପାଳିଲା ପୋଷିଲା
ଯଶୋଦା ଆଦରେ ବଡ କରାଇଲା
ସେଇ ବୃନ୍ଦାବନ ସେଇ ନୀଳାଚଳ
ବଡ ଦେଉଳରେ ଭିିଡ ତ ପ୍ରବଳ॥
ଦ୍ୱାପରରେ ତୁମେ ଗାଈ ଚରାଇଲ
ଗୋପେ ବୃନ୍ଦାବନେ ଲୀଳା ଖେଳା କଲ
ମଞ୍ଚରୁ ପଡିଣ ମାମୁଁ କଂସାସୁର
ଆପେ ପଡି ମଲା ମାରିଲ ଅସୁର॥
ଦାରୁବ୍ରହ୍ମ ତୁମେ ସ୍ବୟଂ ଜଗନ୍ନାଥ
ବିଷ୍ଣୁ ଅବତାର ଅନାଥର ନାଥ
କଳିର କଳୁଷ କରୁଛ ସଂହାର
ସେଥିପାଇଁ ତୁମେ ନାଥ ଜଗତର ॥
ସଂସାରର ଲୀଳା ବସି ଲଗାଇଛ
ଇଛାମୟ ତୁମେ କରି କରାଉଛ
ବାର ମାସେ ତେର ପରବ ତୋହର
ଲୀଳା ଲଗାଇଛ ମୋ ରଙ୍ଗ ଅଧର॥
***
ଶ୍ରୀ ବସନ୍ତ କୁମାର ସାହୁ
ଖୋର୍ଦ୍ଧା , ଦେଉଳି



0 Comments