ଚକାନୟନ ହେ
ମାନସିକ ଆଜି ପୁରଣ ହୋଇଛି
ଦେଖିଦେଲି ତୋର ଚକାନୟନ
ମୋ କଳାବଦନ॥
ଚକାନୟନ ହେ ମୋ ହୃଦ ଚନ୍ଦନ
ନିରାଶାରେ ଆଶା କରିଛି ଭରସା
ରଖିଛି ବିଶ୍ବାସ ପୂରିବ ମୋ ଆଶା
ଦେଖିବାର ଲାଗି ହୋଇଅଛି ନିଶା॥
କିଏ ଗାଳିଦିଏ ଗୋଇଠା କୁ ମାରେ
ସାପ ବେଙ୍ଗ କହି ଗାଳିରେ ଭସାଏ
ଦମ୍ଭେ ଠିଆ ହୋଇ ପ୍ରମାଣ କରାଏ
ଘରବୁଡା ବୋଲି ପରୋକ୍ଷେ ବତାଏ॥
କେମିତି ସହୁଛ ବଳିଆର ଭୁଜ
ସେଥି ଲାଗି ତୁମେ ଜଗତ ଠାକୁର
ସଂସାର ଯାକର ବୋଝ ମୁଣ୍ଡାଇଛ
ମୋ ବେଳକୁ ତୁମେ ହେଲ କି ପଥର॥
ସମୟ ପାଉନି ଯିବା ପାଇଁ ପୁରୀ
ମୋହ ମାୟା ଯେତେ ରଖିଅଛି ଧରି
ଜୀବନ ଭରିତ ଲୋଭେ ଘାଣ୍ଟି ହେଲି
ମୁକତିର ପଥ ବତାଇବ ହରି॥
କେତେ ପାପୀ ତପି ଯାଇଛନ୍ତି ତରି
ନୀଳାଞ୍ଚଳେ ବାସୀ ମୁଁ ଦୀନ ଭିକାରୀ
ଦାସ ଠାରେ କୃପା କର ଗିରିଧାରି
ଶେଷ ସମୟରେ ନେବୁ ହାତ ଧରି॥
ବସନ୍ତ କୁମାର ସାହୁ
ଦେଉଳି
ଖୋର୍ଦ୍ଧା



0 Comments