କବିତା ଗୋ କେଉଁଠି ଅଛି ତମ ଠିକଣା ଗୋ
ତମ ପଛରେ ଧାଇଁ ଧାଇଁ ବୁଢ଼ା ହେଲି ମୁଁ ଗୋ
ତମକୁ ଖୋଜି ଖୋଜି ହରାଇଚି ସର୍ବସ୍ଵ ଗୋ
ଦିନ ହେଉ କି ରାତି ହେଉ କି ମାସ ବର୍ଷ ଗୋ
ତମ ରୂପ ଲାବଣ୍ୟରେ କିଣିଚ ମୋ ହୃଦୟ ଗୋ ।
ମୋ ସଜନୀ କଥା ଭୁଲିଯାଏ ମନେ ପଡ ତୁମେ
ପ୍ରେମିକାର ଓଠର ପରିଭାଷା ଭୁଲେ ତବ ତାନେ ।
ବସନ୍ତରେ ଆସିବ ବୋଲି ଦେଇଥିଲ ତୁମେ କଥା
ଚଇତ ସରି ତ ଗଲା ଗୋ କାହିଁ ଦେଲ ନାହିଁ ଦେଖା ।
ଦିନେ ପିଲା ମୋ ପଚାରିଲା ବାପା କା ପଛରେ ଯାଉଛ
ମୁଁ ଉତ୍ତର ଦିଏ ହସି କି ଯା ନାଆଁ ଶୁଣିଲେ ତୁମେ ରାଗୁଛ ।
ସେ କହିଲା ତାହେଲେ ତୁମେ ସେଇ କବିତା ପଛେ ଯାଉଛ
ତାକୁ ଛାଡି ଘର କଥା ଦେଖ କହିଲେ ତୁମେ କିଛି ନ ଶୁଣିଛ।
ବାପା ଯେତେବେଳେ ଦେଖିବି ତାକୁ ବହେ ଛେଚିବି
ତାପରେ ମନ ଶାନ୍ତି କରି ଘରେ ଆସିକି ମୁ ବସିବି ।
ଦେଖ ଦେଖ ହେ କବିତା ଆସ ଆସ ମୋ ପାଖେ ଗୋ
ଦେଖତ କେମିତି ଉଜୁଡ଼ି ଯାଏ ସଂସାର ତୁମ ପାଇଁ ଗୋ ।
କିଏ କହେ ତୁମେ ୠତୁରେ ଥାଅ କିଏ କହେ ମାସରେ
କିଏ ଅବା କହେ ତୁମେ ଥାଅ ଚିଲିକାର ଆକାଶରେ ।
କିଏ କହେ ତୁମେ ଥାଅ ଆଦି ସଂସ୍କୃତି ଇତିହାସରେ
କିଏ କହେ ତୁମେ ଥାଅ ଶବ୍ଦର କୁହୁକ ଇଲାକାରେ ।
ଜାଣେନା ମୁଁ ପାଇବି କିନା ତଥାପି ଖୋଜେ ତୁମକୁ
ଏଇ ମୋ ଡାଏରୀ ର ନିଷିଦ୍ଧ ପୃଷ୍ଠାର ଶେଷ ଭାଗରେ।
କାସ୍ ତମେ ମିଳି ଯାଅନ୍ତ କି ମୋତେ ଖୁସିରେ ସତେ
ବଜାନ୍ତି ବାଜା ଗାଆନ୍ତି ଗୀତ କେତେ ନାଚନ୍ତି କେତେ ।
ହେ କବିତା! ତୁମେ ଆସିବ କି ସତେ ,
ତୁମେ ଆସିବ କି ସତେ ?
ରଚିବା ଏଇ ମାଟି ମାଆ ପରେ
ସୁନ୍ଦର ସୃଷ୍ଟି କେତେ କେତେ
ହେ କବିତା ! ତୁମେ ଆସିବ କି ସତେ?
ତୁମେ ଆସିବ କି ସତେ?
********
ଶ୍ରୀ ଅଭିନବ ପଟ୍ଟନାୟକ
ବୌଦ୍ଧ



0 Comments