ଦୀନବନ୍ଧୁ ବୋଲି ଦୁଃଖ ଜଣାଇଲି
ଦୁଃଖ ମୋ ହରିଲ ନାହିଁ.....
କୃପାସିନ୍ଧୁ ବୋଲି କରୁଣା ଚାହିଁଲି
କରୁଣା କରିଲ ନାହିଁ.......
ତୁମେ ପରେ ପ୍ରଭୁ ଦୟାର ସାଗର
ଦୀନ ଦୁଃଖି ପାଇଁ ଖୋଲିଛ ଦୁଆର
ବାଣ୍ଟିଦିଅ ପରେ କରୁଣା ଅପାର
ମୋ ବେଳକୁ କିଆଁ ହେଉଛ ଉଦାର
ଏ କି ତୁମ ଲୀଳା ଆହେ ଚକାଡୋଳା,
ବଡ଼ଦାତା ନାମ ବହି......( ୧ )
ଶୁଣିଥିଲ ପରେ ଭକତ ଗୁହାରି
ବାଲି ରଥେ ବିଜେ କରିଥିଲ ହରି
ହରି ନିଅ ବୋଲି ଭକତ କଷଣ
ଭକ୍ତବନ୍ଧୁ ନାମ ପାଇଛି ଆପଣ
ଦୁଃଖ ଦେଖି ମୋର ହେ କଳା ଠାକୁର,
କେମିତି ପାରୁଛ ସହି..... ( ୨ )
***
ସୁଧାଂଶୁ ରଞ୍ଜନ ସାହୁ
ଡୁ ମୁ ରି ଆ କ ଳା ହା ଣ୍ଡି



0 Comments