((((( ଜୟ ମା ମଙ୍ଗଳା )))))
(((ରାଗ- ଜୟନ୍ତ)))
ଜୟ ମା ମଙ୍ଗଳା ତୁମ ମହିମା ଅପାର
ତୁମରି ସ୍ମରଣ ମାତ୍ରେ ଦୁଃଖ ହୁଏ ଦୂର
ମାଆ ମଙ୍ଗଳା ଲୋ ...…(୧)
ବିପଦେ ଆପଦେ ମା'ଲୋ ଭରଷା ତୋହରି
ନିମିଷକେ କେତେ କରୁ ସଙ୍କଟରୁ ପାରି
ମାଆ ମଙ୍ଗଳା ଲୋ ......(୨)
ଜଗତରେ ନାନା ନାମେ ଏଣୁ ତୁ ପୂଜିତା
ବିନ୍ଧ୍ୟଗିରୀ ନିବାସିନୀ ଖୈମବତୀ ସୁତା
ମାଆ ମଙ୍ଗଳା ଲୋ ......(୩)
ଯାଜପୁରେ ବିରଜାଇ ଝଙ୍କଡେ ସାରଳା
ବାଣପୁରେ ଭଗବତୀ ଶ୍ରୀକ୍ଷେତ୍ରେ ବିମଳା
ମାଆ ମଙ୍ଗଳା ଲୋ ......(୪)
ସମ୍ବଲପୁରେ ସମଲେଇ ଉତ୍ତରେ ଚଣ୍ଡୀ
କଣାରକେ ପୂଜିତ ଅଭୟାରାମ ଚଣ୍ଡୀ
ମାଆ ମଙ୍ଗଳା ଲୋ ......(୫)
ପଶ୍ଚିମେ ହିଙ୍ଗୁଳାଇ ତୁ ଚର୍ଚ୍ଚିକା ବାଙ୍କିରେ
ପୂଜା ପାଉ ଗୌରୀ ରୂପେ ଭୁବନେଶ୍ୱରରେ
ମାଆ ମଙ୍ଗଳା ଲୋ ......(୬)
କାକଟପୁରରେ ମାଆ ମଙ୍ଗଳା ପୂଜିତା
ଅସ୍ତ୍ର ଓ ଶସ୍ତ୍ର ଧାରିଣୀ ମା ଶକ୍ତି ସମ୍ଭୁତା
ମାଆ ମଙ୍ଗଳା ଲୋ .......(୭)
ଆଶିଷ ବରଷା କରି ଦୁଃଖ ଦିଅ ଦୂରି
ଜଗତ ପାଇଁ ଏତିକି ରଖ ମୋ ଗୁହାରି
ମାଆ ମଙ୍ଗଳା ଲୋ .......(୮)
ସର୍ବ ମଙ୍ଗଳମୟୀ ମା ଦୁଃଖ ବିନାଶିନୀ
ଚରଣେ ଶରଣ ଦିଅ ଜଗତ ଜନନୀ
ମାଆ ମଙ୍ଗଳା ଲୋ .......(୯)
-----#-----
ନିକୁଞ୍ଜ କୁମାର ଘୋଷ ।
ସା-ମାଧବପୁର ପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜି-ଵାଲେଶ୍ୱର ଓଡିଶା ପିନ୍ -୭୫୬୦୮୭.ମୋ-୮୦୯୩୬୩୦୭୫୬.



0 Comments