ପରୀକ୍ଷା


କେତେ ନେବ କୁହ ପରୀକ୍ଷା ହେ ପ୍ରଭୁ 

ପ୍ରଳୟେ ବୁଡାଇ ଅନଳେ ପୋଡି, 

କେତେ ପ୍ରତାରଣା ଦେବ ତୁମେ ପ୍ରେମେ 

କଳଂକରେ ଦେଇ ନାଆଁକୁ ଯୋଡି !! ।୧।

ନାଥ ହେଇ କେତେ ଅନାଥ କରିବ, 

ଦୁଃଖ ହାରୀ ହେଇ କେତେ ଦୁଃଖ ଦେବ,

ସଖା ହେଇ କେତେ ଉପେକ୍ଷା କରିବ

ଚାଲି ଯିବ ହାତୁଁ ହାତକୁ ଛାଡି !! ।୨।

କେତେ ହଟ ନଟ ନାଗର କରିବ,

ନିଜର ଯେ ଭାବେ ତାକୁ କଂଦେଇବ,

କେତେ ମନ ବନ ବିଦଗ୍ଧ କରିବ 

ଜାଳି ଦେଇ କେତେ ଆଶାର କଢୀ !! ।୩।

           @@@

   ଶ୍ରୀ ସୁବଳ ରାଉତରାୟ

           ଭୁବନେଶ୍ୱର

Post a Comment

0 Comments