ପାଞ୍ଚଶଷାଠିଏ ଖ୍ରୀଷ୍ଟପୂର୍ବର
ବୈଶାଖ ପୂର୍ଣ୍ଣିମା ଦିନ
କପିଳବାସ୍ତୁର ଲୁମ୍ବିନୀ ଠାରେ
ସିଦ୍ଧାର୍ଥ ନେଲେ ଜନମ।
ପିତା ଶୁଦ୍ଧୋଦନ ମାତା ମହାମାୟୀ
ମନରେ ଆନନ୍ଦ ଦେଲେ
ଜନ୍ମ ନେବାର ସାତଦିନ ପରେ
ମହାମାୟା ମରିଗଲେ।
ରାଣୀ ଗୌତମୀ ପାଳିଲେ ଯେ ତାଙ୍କୁ
ନାମ ହେଲା ଗୌତମ
ସବୁ କାମେ ସିଏ ଅଗ୍ରଗାମୀ ଥିଲେ
ମାନୁଥିଲେ ସଦା ଧର୍ମ।
ରାଜପଥେ ଦିନେ ଯିବା ସମୟରେ
ଦେଖିଲେ ଚାରୋଟି ଦୃଶ୍ୟ
ଜରାବ୍ଯାଧିମୃତ୍ଯୁ ଶରୀରକୁ ଦେଖି
ମନେ ଆସିଲା ବୈରାଗ୍ୟ।
ତାପରେ ଦେଖିଲେ ଜଣେ ସନ୍ୟାସୀଙ୍କୁ
ଉଜ୍ଜ୍ବଳ ମୁଖ ମଣ୍ଡଳ
ସନ୍ୟାସୀଙ୍କୁ ଦେଖି ହେଲେ ଆନନ୍ଦିତ
ଖୁସି ହେଲା ଅନ୍ତସ୍ଥଳ।।
ସତ୍ୟ ନ୍ୟାୟ କ୍ଷମା ପର ଉପକାରେ
ହୃଦୟ ଯାହାର ଭରା
ବେଦନା ବିଧୂର ଜୀବନ ଜଞାଳ
ହୃଦୟ ଅଶାନ୍ତ ପରା।।
ପତ୍ନୀ ଯଶୋଧାରା ପୁତ୍ର ରାହୁଳକୁ
ଉଆସରେ ଛାଡ଼ିଗଲେ
ବୁଦ୍ଧ ଅବତାର ନେଇଥିଲେ ବିଷ୍ଣୁ
ଧରା ଆଲୋକିତ କଲେ।।
ସବୁ କର୍ମେ ସିଏ ଥିଲେ ଅଗ୍ରପୂଜ୍ୟ
ଚାଲୁଥାନ୍ତି ଧର୍ମ ପଥେ
ତଥାପି କାହିଁକି ସଂସାର ଜଞାଳ
ମନେ ଦିଏ ଦୁଃଖ ଯେତେ।।
ଜନ୍ମ ମୃତ୍ୟୁ କାମ କ୍ରୋଧ ମାୟାମୋହ
ଦିଏ ଦୁଃଖ ଅପ୍ରମିତ
ରାଜସୁଖ ତାଙ୍କୁ ଦେଲା ନାହିଁ ସୁଖ
ଶାନ୍ତି ପାଇଁ ବ୍ଯାକୁଳିତ।।
କାମନା ବିନାଶେ ଦୁଃଖର ବିନାଶ
ଜୀବନର ମହାମନ୍ତ୍ର
ମହାନିର୍ବାଣର ମହନୀୟ ମନ୍ତ୍ରେ
ପ୍ରାପ୍ତ ହେଲେ ବୋଧିସତ୍ତ୍ବ।।
ଅଶ୍ୱତ୍ଥ ବୃକ୍ଷ ମୂଳେ ନିରଞନା କୂଳେ
ତପସ୍ୟାରେ ହେଲେ ବ୍ରତ
ସତ୍ୟ ନ୍ୟାୟ ପଥେ ଚାଲୁଥିଲେ ସଦା
ପାଇଲେ ଞ୍ଯାନ ଆଲୋକ।।
ବୌଦ୍ଧ ଗୟା ଠାରେ ସମାଧିସ୍ଥ ନେଲେ
ଅଶ୍ୱତ୍ଥ ବୃକ୍ଷ ମୂଳେ
ହୃଦୟରେ ଶାନ୍ତି ନିର୍ବାଣ ପ୍ରାପ୍ତି
ହୋଇଲା ଧରଣୀ କୋଳେ।।
ବୌଦ୍ଧ ଧର୍ମ ରେ ଦୀକ୍ଷିତ ହୋଇ
ହୋଇଗଲେ ସିଏ ବୁଦ୍ଧ
ତାଙ୍କ ଶ୍ରୀଚରଣେ କୋଟି ପ୍ରଣାମ
କରୁଛି ମୁଁ ପ୍ରଣିପାତ 🙏🙏🙏
ଲେଖିକା ସୁଷମା ଲେଙ୍କା ଭୁବନେଶ୍ୱର
ବୁଦ୍ଧମ୍ ଶରଣମ ଗଛାମି
ସଂଘମ ଶରଣମ୍ ଗଛାମି ।।



0 Comments