ପାଗଳ ଭଅଁର (ଶ୍ରୀ ସୁବଳ ରାଉତରାୟ,ଭୁବନେଶ୍ୱର)…
•••••••••••••
ପାଗଳ ଭଅଁର ଫୁଲେ ଫୁଲେ ଉଡେ,
ଫୁଲୁଁ ଫୁଲୁଁ ଶୋଷେ ମହୁ,
ତା’ ପରି ରସିକ ପ୍ରେମିକ ପ୍ରବର
ଦୁନିଆରେ କିଏ ଆଉ !!
ସଂଗାତେ, ଜଳେ ପ୍ରେମ ନିଆଁ ଦାଉ ଦାଉ,
ପ୍ରେମୀ ଯିଏ ସିଏ ଭ୍ରୂକ୍ଷେପ କରେନି,
ତା’ର ଡର ଭୟ ନାହିଁ
ଟୋପେ ମଧୁ ମିଳୁ -
ଆଉ ମନ ପ୍ରାଣ ପଛେ
ପ୍ରେମାନଳେ ଜଳି ଯାଉ !!!
@@@@



0 Comments