ସୀତା ନବମୀ ଉପଲକ୍ଷେ କବିତା
ଭୂମିଜା
ପୁଷ୍ପଲତା ମିଶ୍ର,ଭୁବନେଶ୍ୱର
୯୩୩୮୨୯୪୬୫୭
ଜୟ ଜୟ ଜୟ ମାଲୋ ଅଯୋଧ୍ୟା ର ରାଣୀ,
ଵୈଦେହ ଦେଶ ର ମାତ ଜନକ ନନ୍ଦିନୀ।।
ଜୟ ମା ' ଭୂମିଜା ମାଲୋ ଧରିତ୍ରୀ ର ସୂତା,
ଶ୍ରୀ ରାମ ଘରଣୀ ତୁହି ପୁର ବିମଣ୍ଡିତା।।
ପଣ କରି ଥିଲେ ମାଲୋ ପିତା ହିଁ ତୁମର,
ଶିବ ଧନୁ ଯେ ଭାଙ୍ଗିବ ହେବ ତୋର ବର।।
ଦଶରଥ ନନ୍ଦନ ଯେ ଶ୍ରୀ ରାମ ଠାକୁର,
ଧନୁ ଭାଙ୍ଗି ବରି ନେଲେ ସୀତା ତୁମ କର ।।
କେତେ କାଳ ତପ ଫଳେ ପାଇଲୁ ଶ୍ରୀ ରାମ,
ଦେବର ତୋହର ଭ୍ରଥ, ଶତ୍ରୁଘ୍ନ ଲକ୍ଷ୍ମଣ ।।
ତୋର ଭଗ୍ନୀ ଉର୍ମିଳା,ଶ୍ରୁତକିର୍ତ୍ତୀ ,ମାଣ୍ଡବୀ ,
ଅଯୋଧ୍ୟା କୂଳ ମଣ୍ଡିଲେ ସେ କୂଳ ଅଟଵୀ ।।
ଘୋର ରଣେ କଲୁ ବାସ ହରିଲା ରାବଣ,
ତୋର ଦୁଃଖ ଦେଖି ମାଲୋ କାନ୍ଦେ ସର୍ବ ଜନ।।
ଲୋକ ଅପବାଦ ରାମ ସହି ନ ପାରିଲେ,
ରାମ ବୋଲେ ଲକ୍ଷ୍ମଣ ଯେ ବନ ରେ ଛାଡ଼ିଲେ।।
ପତ୍ର କୁଡିଆ ରେ ମାଲୋ ବାଲ୍ମିକୀ ଆଶ୍ରମେ,
ଲବ କୁଶ ଜନମ ଯେ ହେଲେ ଘୋର ବନେ ।।
କି କହିବି ସୀତୟା ଲୋ ତୋ ଦୁଃଖ କାହାଣୀ,
ପତି ବ୍ରତା ଧରମ ରେ ଭେଦିଲୁ ମେଦିନୀ ।।
ତୋ ପାଦେ ନମଇ ମୁଁହି କରେ ତୋର ପୂଜା,
ସତୀ ରୂପେ ପତି ବ୍ରତା ଭୂମି ର ତନୁଜା ।।
ନମୋ ନମୋ ସୀତା ରାମ ପୂଜେ ପୁଷ୍ପଲତା,
ଦୟା କରି ଥିବୁ ମାଲୋ ମୁଁ ତୋର ଅଶ୍ରିତା ।।



0 Comments