ହେ ପରମ ପୂଜ୍ୟ ଘେନ
ଘେନ ନିବେଦନ
ତୁମ୍ଭରି ଚରଣ ତଳେ
ପଶଇ ଶରଣ
ଧନ୍ୟ ତୁମ୍ଭ ମାତାପିତା
ଧନ୍ୟ ବୁଦ୍ଧଦେବ!
ମୋ ହସ୍ତୁ ପୁଷ୍ପ
ଚନ୍ଦନ ଗ୍ରହଣ କରିବ
ଯେଉଁ ଶିକ୍ଷା ଦେଇଅଛ
ଏ ଧରା ଧାମରେ
ମାନବ ସମାଜ ଆଜି
ତୁମକୁ ହିଁ ଝୁରେ
ସତ୍ୟ ଶାନ୍ତି ଦୟା କ୍ଷମା
ହୃଦେ ତୁମ୍ଭ ବାସ
କାମ କୃଧ ଲୋଭ ମୋହ
ନାହିଁ ତୁମ୍ଭ ପାଶ ।
ପରମ ସିଦ୍ଧ ସାଧକ
ଅଟ ଏ ମାଟିର
କରୁଣାମୟ ହେ ବୁଦ୍ଧ!
ଘେନ ନମସ୍କାର ।
କି ଦେଇ ପୂଜିବି
ନାହିଁ ମୋର ବୁଦ୍ଧି ଜ୍ଞାନ
ତୁମ୍ଭରି ଜୟନ୍ତୀ ଉତ୍ସବ
କରୁଛି ପାଳନ ।
,***
ଲିଙ୍ଗରାଜ ଛତ୍ରିଆ
ଶିମିଳିପଦର୍ ମନମୁଣ୍ଡା
କଣ୍ଟାମାଳ,ବୌଦ୍ଧ



0 Comments