(ସୁବଳ ରାଉତରାୟ, ଭୁବନେଶ୍ୱର)
•••••••••••••••••••
ନୀଳ ସିଂଧୁ ନୀଳ ଶଇଳ,
ନୀଳ ଲହରୀରେ ସାଗର ଉଛୁଳେ
ନୀଳ ନଭେ ମେଘ ମଂଡଳ !!
ନୀଳ ନବଘନ ନୀରଦ କାଂତି,
ନୀଳ କଇଁ ଆଖି ନୀଳ ମୂରତି,
ନୀଳ ନୀଳମଣି ମନ ନିଏ କିଣି
ନୀଳ ମୋତି ନୀଳ କମଳ !!!
ନୀଳ ବଳୟରେ ନୀଳ ଚଂଦ୍ରମା
ଅନୁପମ ତା’ର ନୀଳ ସୁଷମା,
ମନ ନୀଳ ନଦୀ ସେ ନୀଳ ଜଳଧି
ଖୋଜି ଖୋଜି କେଡେ ବିକଳ !!!
@@@



0 Comments