ପ୍ରଣିପାତ (ସୁବଳ ରାଉତରାୟ)


ଦେଖେ କଳୀ,

ଶୁଣେ ପକ୍ଷୀର କାକଳି  

ହୁଏ ମନ ପ୍ରଫୁଲ୍ଲିତ,

ଏ ଶୁଭ ସକାଳେ,

ଏ ମହୀ ମଣ୍ଡଳେ 

କେ ଆଂକିଛି ଚାରୁ ଚିତ୍ର !!

ନିଦ୍ରା କରି ନେଇ ଦୂରୀଭୂତ,

ଚେତନା ଭରିଛି,

ଜାଗ୍ରତ କରିଛି,

ପ୍ରସନ୍ନ କରିଛି ଚିତ୍ତ !!

ସେ ତ ଚିତ୍ରକାର ବିଚିତ୍ର

ଅଚିନ୍ତନୀୟ ସେ,

ଅକଳ୍ପନୀୟ ସେ,

ତାକୁ କୋଟି କୋଟି ପ୍ରଣିପାତ !!!!

     @@@@

ଶ୍ରୀ ସୁବଳ ରାଉତରାୟ,ଭୁବନେଶ୍ୱର

Post a Comment

0 Comments