କେତେ କଥା କେତେ ଗପ
ବାବାଜୀ ଚରଣ ଦାସ
ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରୁ ବାହାରି ସିଧା କ୍ଯାଣ୍ଟିନକୁ ଗଲା ଅନିକେତ।ବରା ଗୋଟେ ପ୍ଲେଟ୍ ମଗାଇ ସନ୍ଦର୍ଭ କଥା ଭାବିବାକୁ ଲାଗିଲା। କ୍ଯାଣ୍ଟିନ ବୟ ବରା ପ୍ଲେଟ୍ ଟେବୁଲ୍ ରେ ଥୋଇ ଚା କିମ୍ବା କଫି ବୋଲି ପଚାରିଲା।ଅନିକେତ କିଛି ନୁହେଁ ବୋଲି କହି ବରା ଖାଇବାରେ ଲାଗିଲା। ତରବରରେ ଖାଇ ଦେଇ ମୁହଁ ଧୋଇଲା। କ'ଣ ବ୍ଯବସ୍ଥା ହେଲେ ରୋଭର୍ ତିନି ମାସ ପର୍ଯ୍ୟନ୍ତ ସକ୍ରିୟ ରହି ପାରିବ, ସେହି ଚିନ୍ତା ତାକୁ ଖାଇବା ଠାରୁ ମୁହଁ ଧୋଇ ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠ ସାମ୍ନା ସମ୍ମିଳନୀ କକ୍ଷ ସଂଲଗ୍ନ ଛୋଟିଆ ରୁମକୁ ଫେରିବା ପର୍ଯ୍ୟନ୍ତ କାବୁ କରି ରଖିଲା।ଭାବିଲା,ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ -୩ ମଧ୍ୟରେ ତୁଳନା କଲେ ହୁଏତ୍ ଆଂଶିକ ଉତ୍ତର ମିଳିପାରେ! ପୁଣି ଭାବିଲା, ଚନ୍ଦ୍ରଯାନ-୩ ପଠାଇଥିବା ଚନ୍ଦ୍ରର ଫଟୋରେ ସ୍ଵର୍ଣ୍ଣିମ ରଙ୍ଗର ସୋଲାର ପ୍ୟାନେଲ ସମ୍ମୁଖରେ ଚନ୍ଦ୍ରପୃଷ୍ଠର ଗର୍ତ୍ତ ଗୁଡ଼ିକ ଦେଖା ଯାଉଥିଲା। ଚନ୍ଦ୍ରଯାନ-୩ ରେ ଚାରି ଚକିଆ ଲ୍ଯାଣ୍ଡର ଛଅ ଚକିଆ ରୋଭର୍ କୁ ନିୟୋଜିତ କରିବାର କ୍ଷମତା ରଖିଥିଲା। ପରୀକ୍ଷା କରିବା ପାଇଁ ଉଭୟ ଲ୍ଯାଣ୍ଡର ଓ ରୋଭର୍ ପାଖରେ ସାମର୍ଥ୍ୟ ଥିଲା।
ରୋଭର୍ ପ୍ରଜ୍ଞାନ ହେଉଛି ଏକ ଯନ୍ତ୍ର ଯାହାକୁ ଚାର୍ଜ କରାଯାଇଥାଏ। ସୋଲାର ପ୍ୟାନେଲ ରୁ ଏହାର ବ୍ୟାଟେରୀ ଚାର୍ଜ ହୁଏ। ଯେହେତୁ ଚନ୍ଦ୍ରରେ ରାତି ହୋଇଗଲା, ତେଣୁ ସୋଲାର ପ୍ୟାନେଲ ମାଧ୍ୟମରେ ଚାର୍ଜ ହେବା ସମ୍ଭବ ହେଲା ନାହିଁ। ଏହାକୁ ବିଶ୍ରାମ ଅବସ୍ଥାକୁ ଅଣାଗଲା।ଆଶା କରାଯାଇଥିଲା ଏହା ସୂର୍ଯ୍ୟୋଦୟ ପରେ ପୁଣି ସ୍ବଭାବିକ ଭାବରେ କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ଏହା କହିବା ସମ୍ଭବ ନୁହେଁ ଯେ ସୂର୍ଯ୍ୟୋଦୟ ପରେ ଏହା କାର୍ଯ୍ୟକ୍ଷମ ହେବ କି ନାହିଁ। ଯେହେତୁ ରାତି ସମୟରେ ତାପମାତ୍ରା ବିଯୁକ୍ତ ଥାଇ ଦୀର୍ଘଦିନ ରହିଲା, ଏହା ସଫ୍ଟଓୟାର ଉପରେ ଗଭୀର ପ୍ରଭାବ ପକାଇଥିବ।
ଚନ୍ଦ୍ରଯାନ-୪ ର ରୋଭର୍ ଏଭଳି ହେବା ଆବଶ୍ୟକ, ଯାହାକି ୧୦ ଡିଗ୍ରୀ ବିଯୁକ୍ତ ତାପମାତ୍ରାରେ ଦୀର୍ଘକାଳ କାର୍ଯ୍ୟକ୍ଷମ ରହି ପାରିବ। ସୋଲାର ପ୍ୟାନେଲ ରେ ଶକ୍ତି ଉତ୍ପାଦନ ସହିତ ସଂରକ୍ଷଣ ବ୍ଯବସ୍ଥା ରହିବା ଆବଶ୍ୟକ। ସନ୍ଦର୍ଭଟିରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ସନ୍ଧ୍ୟା ୫ ଟା ପୂର୍ବରୁ ନିର୍ଦ୍ଦେଶକଙ୍କୁ ଦେଇଦେଲା। ନିର୍ଦ୍ଦେଶକ ଖୁସି ହୋଇଗଲେ।ଅନିକେତକୁ ବାହାରେ ଅପେକ୍ଷା କରିବାକୁ କହି ସେ ସନ୍ଦର୍ଭ ପଢିବାକୁ ଲାଗିଲେ।
***
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।



0 Comments