"ବାପା"ମୋ ପ୍ରେରଣା ଉତ୍ସ(ଅଧ୍ୟାପିକା ବୈଜୟନ୍ତୀ ସାହୁ,ବିନିକା


ବାପା!

ଆଜି ବି ଶୁଭୁଛି ତୁମ ଡାକ...

କୁଆଡେ଼ ହଜିଗଲ ସମୟଚକ୍ରରେ ଦୀର୍ଘ ବର୍ଷ ତଳୁ...

ତୁମେ ଲଗେଇ ଥିବା ଛୋଟ ଚାରା ସବୁ 

ଆଜି ଶାଖା ପ୍ରଶାଖା ଯୁକ୍ତ ହୋଇ 

ମହାଦ୍ରୁମରେରେ ପରିଣତ...।

ମାଟିରୁ ଲିଭିନି ତୁମ ପାଦ ଚିହ୍ନ

ଆମ ହୃଦୟେ ହୋଇଛି ଅଙ୍କା... 

ଖୋଜୁଚୁ ତୁମ ପରି ଯତ୍ନବାନ ମଣିଷ 

ଜଣେ ଯାଉନି କାହିଁ ଦେଖା...  

ସମାଜ ପାଇଁ କଲ୍ୟାଣକାରୀ ଦର୍ଶନ ଶିକ୍ଷା ଦେଇ

 ଗଢିଛ କେତେ ସକ୍ରିୟ ଜୀବନ... 

ଅଳ୍ପଦିନର ଜୀବନ ତୁମ ଧନ୍ୟ ହୋଇଛି 

ନିଜ ଶିଷ୍ୟ ଆଉ ସନ୍ତାନଗଣ ଜୀବନ ସାର୍ଥକ ଦେଖି... 

ସ୍ଵର୍ଗରୁ ବାପା ମା' ଆଶିର୍ବାଦ ଦିଅ...

ଅନେକ ପଥ ଅତିକ୍ରମ କରି 

ତୁମ ପାଇଁ ଉପଯୁକ୍ତ ସମ୍ମାନ ରକ୍ଷା ପାଇଁ...

ତୁମେ ଦେଇଥିବା ଆଦର୍ଶ ସବୁ ଦିନେ ପାଖେ ଥାଉ ଆମ ... 

ବିପଦ ପ୍ରଭୁଙ୍କ କଷଟି ପାଷାଣ ,

 ପରଖନ୍ତି ସିଏ ନର ହୃଦ ଟାଣ ,

...ଏଇ ବାକ୍ୟ ଆଜି ଆମ ଜୀବନ ଯାତ୍ରାର ପାଥେୟ... 

ଏତିକି ମାଗୁଣି ପ୍ରଭୁଙ୍କ ପାଖେ... 

ସବୁ ଜନ୍ମରେ ତୁମ ସନ୍ତାନ ହେବାର 

 ସୁଖ ଦେଇ ଥାନ୍ତୁ ମୋତେ.. ।

                     ***

        ଅଧ୍ୟାପିକା ବୈଜୟନ୍ତ୍ତୀ ସାହୁ 

              ବିନିକା ,ସୁବର୍ଣ୍ଣପୁର

Post a Comment

0 Comments