ଜୀବନ ସଙ୍ଗୀତର ମୂର୍ଚ୍ଛନା(ଅଧ୍ୟାପିକା ବୈଜୟନ୍ତୀ ସାହୁ ,ବିନିକା)

 ଜୀବନ ସଙ୍ଗୀତର ମୂର୍ଚ୍ଛନା

------------------------

ଜୀବନ ସଙ୍ଗୀତର ମୂର୍ଚ୍ଛନା ଭାସି ଆସୁଛି ଦୂରରୁ ହୃଦୟର ନିଭ୍ରୁତ କୋଣ ଅନୁକୋଣ ପ୍ରକମ୍ପିତ ବିଭୁଙ୍କ ଆଶିର୍ବାଦରୁ ଅନେକ ଭକ୍ତଙ୍କ ଅଖଣ୍ଡ ବିଶ୍ଵାସକୁ ନେଇ ଅନୁଚିନ୍ତନରେ ମଗ୍ନ ।ଦିବ୍ୟଦର୍ଶନର ଜନ୍ମ ଉତ୍ସବ ପାଳନ ଅବସରରେ ମନ ଭିତରେ ଅଜସ୍ର ଉଲ୍ଲାସର ଶିହରଣ ଜାଗରିତ.... ଅନନ୍ତ ଅଚିନ୍ତ୍ୟ ଆତ୍ମିକ ବିବର୍ତ୍ତନ ର ସୂତ୍ରର ସ୍ଵର ଝଙ୍କୃତ।ପ୍ରଭୁ ଯୁଗ ଯୁଗର ପ୍ରତୀକ୍ଷା ତୁମ ଆଗମନ ପାଇଁ...ଆସ ସମସ୍ତ ଙ୍କ ହୃଦୟ କୁ ସ୍ଵାଗତ .. ଭରିଦିଅ ଦିଵ୍ୟତ୍ବ ସାଧନା ର ସିଦ୍ଧି ପ୍ରାପ୍ତ ପାଇଁ...ମହକି ଉଠୁ ମାଟିର ମମତା.. ଋଦ୍ଧିମନ୍ତ ହେଉ ମଣିଷର ନିଜସ୍ଵ ବୁଦ୍ଧି..ପ୍ରତିଟି ପଦପାତ ହେଉ ବିକାଶୋନ୍ମୁଖୀର ସୂତ୍ର ଦିବ୍ୟତା ଲାଭ ପାଇଁ... ସୃଷ୍ଟି ହେଉ କାଳଜୟୀ ସାହିତ୍ୟ କୃତି... ଜୟଗାନ ହେଉ ଦିବ୍ୟଦର୍ଶନ ର...ପ୍ରାପ୍ତ ହେଉ ଦିବ୍ୟ ଆଲୋକ ପଥ... ଆତ୍ମା ମୋର ସମର୍ପିତ ସେଇ ଦେଖା ଯାଉ ନ ଥିବା ପାଦ ତଳେ...ଚିର ଆଶ୍ରୟ ମିଳିବାର ସମ୍ଭାବନା ରେ ନୂତନ ବାର୍ତ୍ତା ପ୍ରଦାନ କରୁ...କରୁଣା ମାତ୍ରକେ କାଠ ପାଷାଣ ମୃତ୍ତିକା ସର୍ବତ୍ର ସଞ୍ଚରିତ ହୁଏ ପ୍ରାଣ... ସେଇ ସୁର ସୁନ୍ଦର ଭାବେ ଜୀବନ ସଙ୍ଗୀତର ମୂର୍ଚ୍ଛନା ହୋଇ ଭାସି ଆସୁଛି... ମୋତେ ପଥ ମିଳି ଯାଇଛି .. ମୃତ୍ୟୁରୁ ଅମୃତ ଆଡ଼କୁ... ଅଣାକାର ଅଗମ୍ୟ ସେ ପଥରେ ନୂତନ ବାର୍ତ୍ତା ଆଣୁଛି... ଜୀବନ ସଙ୍ଗୀତର ମୂର୍ଚ୍ଛନା.ଜୟ ଜଗନ୍ନାଥ ।🙏 

                         ***


ଅଧ୍ୟାପିକା ବୈଜୟନ୍ତୀ ସାହୁ। ବିନିକା, ସୁବର୍ଣ୍ଣପୁର।

Post a Comment

0 Comments