ମା' ! ତୁ ଗଲା ପରେ ସରି ଗଲା...
ଶୀତ ପାହାନ୍ତିର ଗହଳ ନିଦ...,
ଖରା ଦିନରେ ଦି ପହରେ ଆମ୍ବ କଷି ମନ୍ଥା
ପଖାଳର ସ୍ଵାଦ ...।୧।
ମଲ୍ଲୀ ଫୁଲ ବିଛା ମଝି ଅଗଣାରେ ପଡି
ଜହ୍ନ ଆଲୁଅରେ ସାରା ରାତି ଭିଜୁଥିବା ଥିବା ଖଟ,
ଆକାଶ ରେ ତାରା ଗଣିବାର ଚେଷ୍ଟା କରୁ କରୁ..
ନିଘୋଡ଼ ନିଦରେ ଶୋଇବାର ରାତି
... ପାହାନ୍ତି ଆଲୁଅରେ ନୂତନ ବାର୍ତ୍ତା..
ନେଇ ଉଇଁ ଆସୁ ଥିବା ସୁରୁଜ ଦେବତା ...।୨।
ମା' !
🙏
ଅଧ୍ୟାପିକା ବୈଜୟନ୍ତୀ ସାହୁ, ବିନିକା



0 Comments