ଶାନ୍ତିର ପ୍ରତୀକ(ଚନ୍ଦ୍ରକାନ୍ତି ମିଶ୍ର, ବଲାଙ୍ଗିର)

ଶାନ୍ତିର ପ୍ରତୀକ ହେ ବୁଦ୍ଧ  ତୁମେ 

ବୋଧଗମ୍ୟ ତୁମ ବାଣୀ 

ସରଳ ଜୀବନ ନୁହଁ ଇ ସହଜ

କହଇ ତୁମ କାହାଣୀ। 

ଅବତାର ଧାରୀ ଦିବ୍ଯ ଆତ୍ମା ତୁମେ

ସୂକ୍ଷ୍ମ ଚିନ୍ତା ଚେତନା 

କର୍ମଯୋଗୀ ତୁମେ ନିଷ୍କାମ ମାର୍ଗର

ବହୁଦୂରେ ବାସନା ।

ସତ୍ୟ, ଧର୍ମ, ନ୍ୟାୟ ବାର୍ତ୍ତା ର ବାହକ 

ଶାନ୍ତିର ଦୂତ ପୁଣି 

ବାନ୍ଧି ପାରିନାହିଁ ରାଜକୀୟ ସୁଖ 

ଧନ୍ଯ ସେ ଲୁମ୍ବିନୀ ।

ତୁମ ଅଷ୍ଟମାର୍ଗେ ଯେ ପରିଚାଳିତ 

ଜୀବନେ ବହଇ ପ୍ରେମ

ଦୁଃଖମୟ ଅଟେ ସଂସାରଟା ସିନା

କାମନା ଦୁଃଖର କାରଣ। 

ସଂସାର ତ୍ୟାଗୀ ମହାତପସ୍ବୀ ହେ

କରୁଣ ଦୃଶ୍ୟ ଦେଖି 

ମୋହ ମାୟା ଛାଡି ନିର୍ବାଣ ପାଇଁ କି

ସନ୍ୟାସୀ ରୂପ ନେଲ ବାଛି ।।

      

         🙏🙏🙏

  ଚନ୍ଦ୍ରକାନ୍ତି ମିଶ୍ର, ବଲାଙ୍ଗିର

Post a Comment

0 Comments