ବାଟ ଓ ବାଟୋଇ


ବାଟ ଚାଲୁଛିରେ ବାଟୋଇ,

     କେଣିକି ଯାଉଛି କାହିଁକି ଯାଉଛି,

କାହିଁକି ପଚାର,

              ସିଏ ଜାଣେ କି ନ ଜାଣେ,

ଜଣେ ଏକା ଜାଣେ,

ତାହା ଜାଣି କି ଲାଭ ରେ, ଭାଇ !!

   ରାସ୍ତା ତ ଲଂବିଛି ଦିଗବଳୟ ଯାଏଁ

କିଏ ଜାଣେ କିଏ କେତେ ଦୂର ଯାଏ,

 ସକାଳରୁ ସଂଜ ଚାଲିବା ଯା’ କାର୍ଯ୍ଯ,

ତାକୁ ଆରାମ ସମୟ କାହିଁ !!

କେତେ ଖରା କେତେ 

                       ଛାଇର ସରଣି,

କେତେ ମୋଡ କେତେ

                      ବାଂକ ଓ ବୁଲାଣି,

ଫୁଲରେ କଂଟାରେ ଚାଲିବାକୁ ହୁଏ 

ଲକ୍ଷ୍ୟ ସ୍ଥଳେ ପହଂଚିବା ପାଇଁ !!!

ହସିବେ ଅନେକେ ତାତ୍ସଲ୍ଯ କରିବେ,

ମିଳିବେ ଅଳପ ପ୍ରୋତ୍ସାହନ ଦେବେ,

ନିଂଦା ନ ସହିଲେ ବାଧା ନ ସହିଲେ 

         ଏଠି ପାଇଛି କି କିଛି କେହି !!

ଧନ୍ଯବାଦ ଯିଏ ଆଲୋଚନା କଲା,

ସେ ହିଁ ତ ମନକୁ ସଶକ୍ତ କରିଲା, 

ଆଲୁଏ ଅଂଧାରେ ଚାଲିବା ଜୀବନ 

ଶୋଇ ଯିବା ଆଗୁ ନିଦ ନେଇ !!!

           @@@

 ଶ୍ରୀ ସୁବଳ ରାଉତରାୟ,ଭୁବନେଶ୍ୱର 

Post a Comment

0 Comments