ସତ୍ୟ, ଅହିଂସାର ପ୍ରତୀକ
ତୁମ୍ଭେ ହେ ବୁଦ୍ଧଦେବ!,
ହେ ବୁଦ୍ଧଦେବ !
ତୁମ୍ଭେ ହିଁ ମୋ ଅଶାନ୍ତ
ମନର ପ୍ରେରଣା
ହେ ବୁଦ୍ଧଦେବ !
ବହୁତ ନ ପାରିଲେ ବି
କିଛିଟା କରେ ଚେଷ୍ଟା
ତୁମରି ଆଦର୍ଶ ମାନିବାକୁ ହେବ
ହେ ବୁଦ୍ଧଦେବ !
ପବିତ୍ର ଏହି ପୁର୍ଣିମାରେ
ଆସିଲ ଧରାକୁ
ପିତା ଶୁଦ୍ଧୋଦନ
ମାତା ମାୟାଦେବୀଙ୍କ
କୋଳ କଲ ମଣ୍ଡନ
ହେ ବୁଦ୍ଧଦେବ !
ଗୌତମୀଦେବୀଙ୍କ କୋଳରେ ବଢ଼ି
ନାମ ବହିଲ ହେ ବୁଦ୍ଧଦେବ ,
ସଂସାର ଭଲ କାମ ପାଇଁ ଜନ୍ମିଲ
ଜାଣିଲେ ପିତା ତୁମ୍ଭରି
ହେ ବୁଦ୍ଧଦେବ !
ବୌଦ୍ଧଧର୍ମର ପ୍ରତିଷ୍ଠାତା ହେତୁ
ବୌଦ୍ଧ ପୁର୍ଣିମା ନାମରେ
ନାମିତ ପୁର୍ଣିମା
ହେ ବୁଦ୍ଧଦେବ l
ନିଜ ଜୀବନେ ତୁମରି
ବାଣୀ ଓ ଜ୍ଞାନର ଅନୁପାଳନ ପାଇଁ
କରେ ଚେଷ୍ଟା
ହେ ବୁଦ୍ଧଦେବ!
ହେ ବୁଦ୍ଧଦେବ l
***
ହରିପ୍ରିୟା ପାଣିଗ୍ରାହୀ
ସୋନପୁର, ଶାନ୍ତିନଗର



0 Comments