ଜୟ ଜଗନ୍ନାଥ (ଶ୍ରୀ ଅନନ୍ତ ପ୍ରଧାନ,ପୁରୀ)

 ଜୟ ଜଗନ୍ନାଥ 🏵️

☀️୧☀️

ଯେତେ ଦୁଃଖ ପାରୁ ଦେ’ରେ କାଳିଆ 

ସହିବାକୁ ଶକ୍ତି ଦେବୁ ତୁ ମତେ,

ସୁଖରେ ତତେ ମୁଁ ଭୁଲିଯିବି ସିନା 

ଦୁଃଖରେ କେମିତି ଭୁଲିବି ତତେ ll 

☀️୨☀️

ତୋହର ମୋହର ସମ୍ପର୍କର ଡୋର 

ରହିଅଛି ପରା କାଳକାଳକୁ,

ଗାଳି ଦେଲେ ତତେ ବେଗେ ଶୁଣିଥାଉ 

ହସି ଦେଉଥାଉ ଦୁଃଖ ବେଳକୁ ll 

☀️୩☀️

ଦେଖିଛ କି କେହି ଏମିତି ଠାକୁର 

ଜଗତ ଭିତରେ କୋଉଠି ଅଛି,

ଭକତ ହିତରେ ସିଂହଦ୍ୱାର ଠାରେ 

ପତିତପାବନ ନାମ ବହିଛି ll 

☀️4☀️

କେଉଁ ନାମେ ତତେ ଡାକିବି କାଳିଆ 

କେଉଁ ମନ୍ତ୍ରେ ପୂଜା କରିବି ମୁହିଁ,

ଜାଣେନାହିଁ ମନ୍ତ୍ର ଅବା ପୂଜା ଵିଧି 

ସର୍ବନାମେ ସବୁଠାରେ ବି ତୁହି ll 

☀️୫☀️

ଏତିକି କରୁଣା ମୋ’ଠାରେ କରିବୁ 

ସୁଖରେ ନ ହେବି ବହୁତ ଖୁସି,

ଦୁଃଖରେ କେବେ ବି ଭାଙ୍ଗି ନ ପଡ଼ିବି 

ତୋର ନାମ ଧରି ଦିବସ ନିଶି ll

              ***

 ଶ୍ରୀ ଅନନ୍ତ ପ୍ରଧାନ,ପୁରୀ

Post a Comment

0 Comments