ମଧୁ ମାଳତୀ

 ମଧୁ ମଧୁ ମଧୁ ମାଳତୀ,

ଅତି ସୁକୁମାରୀ ଫୁଲ କୁଆଁରୀ,

ମଧୁମତୀ ମଉନାବତୀ !!!


ଅଂଗେ ଅଂଗେ ରୂପ ରଂଗ ତରଂଗ,

ଆଖି ଲାଖି ଯାଏ ଦେଖି ସୁରଂଗ, 

ସରମୀ ସୁମନା ଅଂଗେ ରଂଗ ବନ୍ଯା

ଲାସ୍ଯମୟୀ ଲାବଣ୍ଯବତୀ !!!


ଗଢିଛି ବିଧାତା ଅତି ସରାଗେ,

ଦେଖିଲେ ନୟନେ ପୁଲକ ଜାଗେ,

ମୋହି ନିଏ ମନ ଅପୂର୍ବ ଲାବଣ୍ଯ

କରି ବସେ ମନ ଭାବ ପୀରତି !


            @@@@

    ଶ୍ରୀ ସୁବଳ ରାଉତରାୟ

            ଭୁବନେଶ୍ୱର

Post a Comment

0 Comments