ବଡ଼ ଦେଉଳର ବଡ଼ଦାଣ୍ଡ ଠାରେ
ଦେଖିବା ତାହାର ନେତ
ନୀଳଚକ୍ର ନେତ ଉଡେ ଫରଫର
ତାରିବା ପାଇଁ ପତିତ।
ବଡ଼ଠାକୁରଙ୍କୁ ଦେଖିବା ପୂର୍ବରୁ
ପତିତପାବନ ଦେଖି
କୋଟିଜନ୍ମ ପୂଣ୍ୟ ଅର୍ଜ୍ଜନ କରିବା
ନୀଳଚକ୍ର ବାନା ସାକ୍ଷୀ।
ସୂର୍ଯ୍ୟ ଚନ୍ଦ୍ର ଯହିଁ ବିନ୍ଦୁ ଅର୍ଦ୍ଧଚନ୍ଦ୍ର
ପରଂବ୍ରହ୍ମ ଧ୍ଵଜା ମଧ୍ୟ
ପତିତପାବନ ନାମେ ଦରଶନ
ଭକତ ଲଭେ ସାନିଧ୍ୟ ।
ଚୁନରା ସେବକ ସବୁଦିନ ବାନା
କରନ୍ତି ପରିବର୍ତ୍ତନ
ଶୂନ୍ୟଗଣ୍ଠି ପଡେ କାଳବୈଶାଖୀରେ
ଅତି ବିରଳ ଘଟଣ।
ପତିତପାବନ ଜଗନ୍ନାଥ ସେହି
ମୁକ୍ତି ଚିନ୍ତାମଣି ନାମେ
ପାବନ ଶ୍ରୀକ୍ଷେତ୍ର ମଧ୍ୟେ ବିରାଜିତ
ଅପୂର୍ବ ସେ ତିନି ଧାମେ।
***
ବାବାଜୀ ଚରଣ ଦାସ
ଶ୍ରୀମନ୍ଦିର ବେଢ଼ା ପରିକ୍ରମା କାଳେ
ସିଂହଦ୍ୱାର ଗୁମୁଟରେ
ପ୍ରଥମେ ଦର୍ଶନ ପତିତପାବନ
ଜଗନ୍ନାଥ ପ୍ରତୀକରେ।
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।



0 Comments