ମଣି କାଞ୍ଚନ
---------------
ରାଧା ରାଧା ବୋଲି ଦୂରରୁ ଶୁଭିଲା
ଚିହ୍ନା ସ୍ବର ବାରି ଦେଲି ଲୋ
ଜିଭକୁ କାମୁଡି ସରମରେ ମଲି
ଏକୁଟିଆ ଆସୁଥିଲି ଲୋ ॥
ଠାରି ପଚାରିଲା ଇଶାରା ଟେ ଦେଲା
କାହିଁ ଗଲେ ତୁମ ସଖି ଲୋ
ଏମିତି ସୁନ୍ଦରୀ ଜଗତରେ ନାହିଁ
ଏକା ଆସି ଅଛୁ କାହିଁ ଲୋ॥
ଶୁଣି ଶ୍ୟାମ କଥା ସରମ ଲାଗିଲା
ଲାଜରେ ମୁଁ ଜଡି ଗଲି ଲୋ
ଲାଜକୁଳି ଲତା ପତ୍ର ବୁଜି ଦେଲା
ଢଳିଲା ତା ବାହୁ ବନ୍ଧେ ଲୋ॥
ବାଙ୍କ ଚାହାଣୀରେ ଚାହିଁ ଦେଲା ଥରେ
କନ୍ଦର୍ପ ଦର୍ପେ ଦହିଲା ଲୋ
ବେନି ନୟନରୁ ଝରି ଗଲା ଅଶ୍ରୁ
ଆନନ୍ଦରେ ବିହ୍ୱଳିତ ଲୋ॥
କି ସୁନ୍ଦର ଦିଶେ ଯୁଗଳ ମୂରତି
ରାଧା ସଙ୍ଗେ କୃଷ୍ଣ ଯୋଡି ଲୋ
ଆକାଶ ରୁ ପୁଷ୍ପ ବରଷି
ଲେ ଦେବ
ବିଜୁଳି ଝଟକ ଶୋଭା ଲୋ॥
ଯାହା ପାଇଁ ଯିଏ ଦଇବ ଖଞ୍ଜିଛି
ଦିବ୍ୟ ପ୍ରେମ ସୁଧା ଚାନ୍ଦ ଲୋ
କହି ତ ନୁହଇ ଅନ୍ତର ଦହଇ
ଉପମା କେ ଦେବ ତାର ଲୋ॥
ବସନ୍ତ କୁମାର ସାହୁ
ଦେଉଳି
ଖୋର୍ଦ୍ଧା





0 Comments