ସାବିତ୍ରୀ ବ୍ରତ
*******
ସ୍ବାମୀ ସୁହାଗିନୀ ସ୍ବାମୀ ପରାୟଣା
ସାବିତ୍ରୀ ବ୍ରତ ରଖଇ
ନୂଆଁ ଶାଢୀ ପିନ୍ଧି
ଫଲ ମୁଳ ଧରି
ମନ୍ଦିର କୁ ଯାଇ
ପୂଜାର୍ଚ୍ଚନା କରୀ
ସ୍ବାମୀ ଙ୍କ ଦିଘାୟୁ କାମନା କରୀ ।
ସଦା ଶୋଭା ପାଉ
ସିମନ୍ତେ ସିନ୍ଦୁର
ସ୍ଵାମୀ ଶୁଖ ମିଳୁ ଥାଉ ।।
ଉଠି ଯାଉ ମୋର
ମଶାଣି କୋକେଇ
ସ୍ବାମୀ ବଞ୍ଚି ଥାଉ ଥାଉ।।
ସ୍ବାମୀ ଧର୍ମ ପାଳି ଆସୁ ଅଛି ।
ଯେଣୁ ସ୍ଵାମୀ ସଙ୍ଗେ ମୋର ମନ।।
ଏତିକି ମାଗୁଣି ମୋର
ମୁଇଁ କିନ୍ତୁ ପରା ପାରୁନି ଦେଇ ଏମିତି ବରଦାନ
ଯେଣୁ ପତ୍ନୀ ଧର୍ମ ପାଳି ତୁ ଆସିଛୁ ପତ୍ନୀ ସଙ୍ଗେ ମୋର ମନ ।
ବାହି ନେଉଥିଲେ ସଂସାର ଡଙ୍ଗା ଏକା ସଙ୍ଗେ ଆମେ ବାହି ।
ଏକା ଏକା ମୁହଁ କେମିତି ନେବି ମୁଁ
ତୋତେ ଛାଡି ଆର ପାରି ।।
ଗଲେ ଆମେ ଯିବା ଆଗ ପଛ ହୋଇ
ଏକା ସଙ୍ଗେ ଅବା ଚାଲି ।
ହେଲେ ପଛେ ରଖି ମୋତେ ଏଠି ଛାଡି
ପାରିବନି ଆଗ ଯାଇ।।
ଆଜିର ଦିବସେ କେଉଁ ବର ବିବି
ପାରୁନି ମୁଁ କିଛି ବୁଝି
ତେଣୁ କଥା ଦିଅ
ଛାଡିବନି ସାଥୀ
ସଙ୍ଗେ ଯିବା ରଣ ଯୁଝି।।
ଗୀତାଞ୍ଜଳି ପୂଜିହାରୀ
ବିନିକା




0 Comments