ରଜ
ଗୋରା ପାଦ ଦେଖି ଅଳତା ଡାକୁଛି
ଛୁଇଁବାକୁ ତାକୁ ଧିରେ ,
କଜଳ ଅଧିର ଲାଗିବା ପାଇଁକି
କୁମାରୀ ନୟନେ ଥରେ ।
ମାଳତୀ ମହକେ ତା' ବାସ ଚହକେ
ଘନ କୃଷ୍ଣ କେଶ ପାଇଁ ,
ସୁବର୍ଣ୍ଣର ଚୁଡ଼ା ଝଟକେ ଆବେଗେ
ଗଭାରେ ଲାଗିବ ଯାଇ ।
କଟିର କିଙ୍କିଣୀ ପାଟ ପିତାମ୍ବର
ରଜର ମଉଜ ପାଇଁ ,
କୋମଳ ତନୁରେ ଶୋଭା ପାଉଥାଏ
ଫୁଲର ଦୋଳିରେ ଥାଇ ।
***
ପୂର୍ଣ୍ଣିମା ପଣ୍ଡା,ବଲାଙ୍ଗିର




0 Comments