ସାବିତ୍ରୀ
ମାୟାର ଭୂଗୋଳ କୁଜ୍ଝଟୀକା ସମ
ଆବୋରିଛି ଧରା ଅମାସ୍ୟା ତିମିର
ଜ୍ୟେଷ୍ଠ ମାସ ଧୁ ଧୁ ଖରାରେ ବି
ହେ ସାବିତ୍ରୀ ତୁମେ ଦେବକନ୍ୟା
ଭକ୍ତି ଏକାଗ୍ରତା ବଳରେ
ଫେରାଇଆଣିଥିଲ ଜୀବନ ପତିର
ଧନ୍ୟ ତୁମେ ରଚି ଇତିହାସ
ସେ ପାଇଁ ଆଜି ସବୁ ହିନ୍ଦୁନାରୀ
ପାଳୁଛନ୍ତି ସାବିତ୍ରୀ ବ୍ରତକୁ
ପତିଙ୍କ ଦୀର୍ଘାୟୁ କାମନା କରି
ରଖିବାକୁ ସତୀତ୍ଵ ପଣକୁ
ପ୍ରତି ନାରୀ ପାଇଁ ତୁମେ
ଉଆଁସ ଅନ୍ଧାରେ ହିଁ ତ
ଆଶାର କିରଣ ଅୟୁତ ଯୁଗର
ସ୍ଵର୍ଣ୍ଣଲତା ଦାଶ
ନୟାଗଡ଼




0 Comments