Smruti by Abhinaba Pattnaik,Boudh


 ସ୍ମୃତି

------

ତମେ କେତେ ଭଲ ପାଅ 

ତା ମୁଁ ଜାଣେନା ହେଲେ 

କଥା ରହିଗଲା ସବୁଦିନ

ତମକୁ ମୁଁ ଭୁଲି ପାରେନା । ୧।


ସତର ଫରୁଆ ନେଇ ଗଢ଼ିଚ ସଂସାର

ତମେ ତ ସେଇ ଲାଜୁଆ ପ୍ରିୟା ମୋର

ଅତିର ଇତି ଯେ କରି ଆପଣାର

କରିଦେବନି ଗୋ ମତେ ସାତପର ।୨।


ମୁଁ ଯେ ଝୁରୁଛି ତୁମକୁ ଜୀବନ ସାରା

ତମେ ଯେ ମୋ ପାଇଁ ଅମୂଲ୍ୟ ହୀରା

ଭଲ ମୁଁ ପାଇଛି  ସତେ ଭଲ ମୁଁ କରିଛି 

ତମ ସାଥେ ଯୋଡା ସୃତି ସାଇତି ରଖିଛି।୩।


ଭଲ ପାଇ କୋଟି ନିଧି ପାଇ ମୁଁ ସାରିଛି

ତମ ପାଇଁ ହୃଦ ସିଂହାସନ ଆଜି ଖାଲି ଅଛି

ମନ ଆଇନାରେ ଗଢା ତୁମ ଚିତ୍ରପଟ ଅଛି

ତୁମ ସେ ସୁନ୍ଦର ଶବ୍ଦ ଖାଲି ଖେଳି ବୁଲୁଛି ।୪।


ତମେ ମୋ ସାଧନାର ଇତିବୃତ୍ତ ଗୋ ମାନସୀ

ତମ ହୃଦେ ସବୁବେଳେ ଆସୁଥାଉ ସବୁ ଖୁସି

ମନ ଆନନ୍ଦରେ ତୁମେ ଥାଅ ଗୋ ହସି ହସି

ସୁଖର ପସରା ତୁମ ଭାଗ୍ୟେ ଆସୁ ଭାସି ଭାସି ।୫।


କର୍ମ ଭାଗ୍ୟ ସବୁ ଆଜି ହେଲା ତ ଏକାକାର

ଜୀବନରେ ପାଇଗଲି ସବୁକିଛି ପ୍ରିୟା ମୋର

ମନ ଅଗଣାରେ କରି ଏକ ଛୋଟ ଘର

ତମକୁ ପାଇଛି ଆଜି ଭଜି ପ୍ରଭୁ ଅଣାକାର।୬।


ତୁମ ସଙ୍ଗେ ଭାବ ମୋର ଶାଶ୍ଵତ ଅଟଇ

ତମ ବିନା ହୃଦୟେ ଶାନ୍ତି ତ ନ ଆସଇ 

ତୁମେ ଶାନ୍ତି ତୁମେ ସତ୍ୟ ଶକ୍ତିର ମାର୍ଗ

ତୁମେ ମୋ ଜୀବନ ପଥର ଅଟ ସ୍ୱର୍ଗ ।୭।


ଜୀବନ ସଳିତା ଜଳୁଥିବା ଯାଏ ଝୁରୁଥିବି

ତୁମ ନାମକୁ ଯେ ମନପ୍ରାଣ ଦେଇ ଜପୁଥିବି

ଦେଖା ହେବ ବୋଲି ଯେ ଆଶା ଅଛି ମୋର

ଭୁଲି ଯିବନି ହେ ପ୍ରେରଣା ଦାୟୀ ଉତ୍ସ ମୋର।୮।


ପ୍ରେମ ସମ୍ପର୍କ ଯେ ଆମ  ଅନାବିଳ ବନ୍ଧୁତ୍ଵ ଭାବର

ଯୁଗ ଯୁଗ ଧରି ରହିବ ଅମର ସମ୍ପର୍କ ନିବିଡ଼ ବନ୍ଧନର

ହେ ମୋ ମାନସୀ ଘେନ ଅଭିନନ୍ଦନ  ଏଇ ଦୁଃଖୀର 

ରହିଥିବ ସଦା ମୋ ସ୍ମୃତି ପଟଳେ ହେଇ କି ମୋର l୯।


ବୁକୁଫଟା ଚିତ୍କାରରେ ଥରିଯାଏ ଯେ ତିନିପୁର

କୁଆଡେ ଗଲ ପ୍ରିୟା କରି ମୋତେ ସାତ ପର

ତମ କଥା ଟିକେ ପାଇଁ ସଦା ହୁଏ ମୁଁ ଅଧିର

କବିତା ହେଇ ଆସ ପ୍ରିୟା ଲେଖନୀ ମଧ୍ୟର ।୧୦।


                       ***

           ଶ୍ରୀ ଅଭିନବ ପଟ୍ଟନାୟକ 

                      ବୌଦ୍ଧ

Post a Comment

0 Comments